ମଦନପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ଅଲାତରା ଓ ମଦନପୁରରେ ବୁଧବାର ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବଲାଙ୍ଗୀର ଶୁଲିଆ ଯାତ୍ରାର ପରଦିନ ଏଠାରେ ସୁନାମୁଖୀ ଯାତ୍ରା ପାଳନ ହୋଇଥାଏ। ଏଥିରେ ପ୍ରଥମେ ମ. ରାମପୁର ରାଜ ପରିବାରର ପାଟ ବୁକା (ବୋଦା) ବଳି ପରେ ମାନସିକଧାରୀମାନେ ପୋଢ଼ ସମେତ ବୋଦା, କୁକୁଡ଼ା ଆଦି ବଳି ଦେଇଥିଲେ। ବଳିରେ ଉଭୟ ମଦନପୁର ଓ ଅଲାତରା ପୀଠ ରକ୍ତ ରଞ୍ଜିତ ହୋଇ ଯାଇଥିଲା। ମଦନପୁର ପୀଠରେ ଦିହାରୀ ଯୁଗେଶ୍ୱର ବଣୁଆ, ପୂଜାରୀ ଉମାକାନ୍ତ ଭୋଇ ଓ ଧ୍ରୁବ ଭୋଇ ପୂଜାର୍ଚ୍ଚନା କରିଥିଲେ।
ସେହିପରି ଅଲାତରାରେ ଦିହାରୀ ଜଗନ୍ନାଥ ଭୋଇ, ପୂଜାରୀ ଜଗବନ୍ଧୁ ଭୋଇ, ଦାମ ସୁନା ଓ ମହେଶ୍ୱର ରଣାଙ୍କୁ କାଳିସୀ ଆସି ମାନସିକଧାରୀଙ୍କୁ ଫୁଙ୍କାଝଡ଼ା କରିଥିଲେ। ମ. ରାମପୁର ରାଜ ପରିବାରରୁ ଜିତେଶ ମାଧବ ସିଂଦେଓ, ଦେବେଶ ମାଧବ ସିଂଦେଓ, ନୀଳମାଧଵ ସିଂଦେଓ ଉପସ୍ଥିତ ଥିଲେ। କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଆସିଥିଲେ। ଉକ୍ତ ଯାତ୍ରାରେ ପୂଜାରୀ ପରିବାରରୁ ଜନକ ଭୋଇ, ହରିଶ୍ଚନ୍ଦ୍ର ଭୋଇ, ପୂର୍ଣ୍ଣ ଭୋଇ, ଶିବ ଭୋଇ, ହର ଭୋଇ ଅଲାତରା ବରିଷ୍ଠ ନାଗରିକ ଖଗେଶ୍ବର ରଣା, ଜନ୍ମେଜୟ ରଣା, ବେଣୁଧର ରଣା, ଗବର ରଣା ଗାଁ ମୁଖିଆ ଜୁଗେଶ୍ୱର୍ ବାରିକ ସହଯୋଗ କରିଥିଲେ। କନ୍ଧପଡ଼ା ସୁନାମୁଖୀ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ମଧ୍ୟ ସହଯୋଗ କରିଥିଲେ। ମଦନପୁରରେ ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ଜୟରାମ ମହାଲିକ, ଯୁଧିଷ୍ଠିର ସିଂ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/fdfac824-7d4a-40d1-a19d-35bca3e7f7af.jpeg)