ସୁନାରାମ ଟୁଡୁ ଜେଏମ୍ଏମ୍‌ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ

ରାଇରଙ୍ଗପୁର: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଓଡ଼ିଶା ପ୍ରଦେଶ ସଭାପତି ଅଞ୍ଜନୀ ସୋରେନଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଇରଙ୍ଗପୁରସ୍ଥିତ ଜେଏମଏମ୍ ରାଜ୍ୟ କାର୍ଯ୍ୟଳୟରେ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠନେତା ସୁନାରାମ ଟୁଡୁଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ଶ୍ରୀ ନାଗ ସୂଚନା ପ୍ରଦାନ କରିଛନ୍ତି । ସେହିପରି ରାଜେନ୍ଦ୍ର ସାଓ(କୁଟୁ)ଙ୍କୁ ମୟୂରଭଂଜ ଜିଲ୍ଲା ଓବିସି ମୋର୍ଚ୍ଚାର ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଘୋଷଣା କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଲୁ କିସ୍କୁ, ପବନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର