ସୁନ୍ଦରଗଡ଼: ମଙ୍ଗଳବାର ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ ସିଂ ଓ ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କୀ ଟାଙ୍ଗରପାଲି ବ୍ଲକରେ ମାରାଥାନ ପ୍ରଚାର କରିଛନ୍ତି। ଏହି ସମୟରେ ଉଜ୍ବଳପୁରଠାରେ ଯୋଗେଶ ଓ ଦିଲୀପ ବାଇକରେ ବସି ଭୋଟ ମାଗିଥିଲେ। ଯୋଗେଶ ବାଇକ୍ ଚଲାଇଥିବା ବେଳେ ଦିଲୀପ ତାଙ୍କ ପଛରେ ବସି ଭୋଟରଙ୍କୁ ଦୁଇଟି ଶଂଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ। ବାଇକ୍ ଚଲାଇଲା ବେଳେ ଦୁହେଁ ଟ୍ରାଫିକ ନିୟମ ମାନି ହେଲମେଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ବାଇକରେ ବୁଲିଲେ ବାଟେଘାଟେ ଲୋକଙ୍କୁ ଭେଟି କଥାବାର୍ତ୍ତା କରିବା ସହଜ ହେଉଥିବା କହିଥିଲେ ଯୋଗେଶ। ପ୍ରାର୍ଥୀ ବ୍ଲକର ଉଜ୍ବଳପୁର ପଞ୍ଚାୟତ ବୁଡ଼ାବାହାଲ, କୁମ୍ଭାର ନୂଆପଡ଼ା, ବେଳସରା, ଅଘ୍ରିଆ ନୂଆପଡ଼ା, ତୁମ୍ବାପାଲି, ନୂଆମୁଣ୍ଡା, ବର୍ତ୍ତନକେଲା, ଝରିଆପାଲି, ଖୁଟମୁଣ୍ଡା, ଉଜ୍ବଳପୁର ଓ ଗମ୍ଭାରିଡିହି ପଞ୍ଚାୟତର ପଣ୍ଡ୍ରିପାନି, ବେଉରା, ପିଠାଭୂଇଁ, ଗମ୍ଭାରିଡିହିରେ ପ୍ରଚାର କରିଥିଲେ। ପ୍ରଚାରରେ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଗେଲବତି ପଟେଲ, ବ୍ଲକ ସଭାପତି ଶୋଭନ ଦାସ, ପୂର୍ବତନ ପଞ୍ଚାୟତସମିତି ଅଧ୍ୟକ୍ଷ ଜଟିଆ ମୁଣ୍ଡା, ବିରେନ୍ଦ୍ର ପଟେଲ, ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

publive-image

କୁସୁମଙ୍କ ରିପୋର୍ଟକାର୍ଡରେ ନବୀନଙ୍କ ବିକାଶ ପ୍ରକଳ୍ପ!
କିଛି ଦିନ ତଳେ ସୁନ୍ଦରଗଡ଼ ବିଧାୟିକା ତଥା ବିଜେପିର ବିଧାୟକ ପ୍ରାର୍ଥୀ ୫ ବର୍ଷର ରିପୋର୍ଟକାର୍ଡ ବାଣ୍ଟିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ସୁନ୍ଦରଗଡ଼ ମାଟିରେ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରି ଯାଇଥିବା ବିକାଶମୂଳକ ପ୍ରକଳ୍ପ ସବୁକୁ କୁସୁମ ନିଜ ସଫଳତା ବୋଲି ସେଥିରେ ଉଲ୍ଲେଖ କରିଛନ୍ତି। ଫୁଲଧୁଡ଼ିଠାରେ ଆୟୋଜିତ ପ୍ରଚାର ସଭାରେ ଯୋଗେଶ ଏହି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବିଶେଷ କରି ବହୁ ପ୍ରତୀକ୍ଷିତ ଇବନଦୀରେ ଦୁଇଟି ବ୍ୟାରେଜ ଓ ସେତୁ, ବଲିଙ୍ଗା-ଟପରିଆ ରାସ୍ତା, ସରକାରୀ ମହାବିଦ୍ୟାଳୟ ରୂପାନ୍ତରୀକରଣ, କଲେଜ ବାଇପାସ ନିର୍ମାଣ ଆଦି ବହୁ ପ୍ରକଳ୍ପ ନବୀନ ସରକାରଙ୍କ ଅନୁଦାନରେ ହୋଇଛି। କିନ୍ତୁ ବିଧାୟିକା କୁସୁମ ସେସବୁକୁ ତାଙ୍କର ୫ ବର୍ଷର ସଫଳତା ବୋଲି ଦର୍ଶାଇ ଲୋକଙ୍କୁ ଭୁଆଁ ବୁଲାଉଥିବା ଯୋଗେଶ ସିଂ ଅଭିଯୋଗ କରିଥିଲେ।