ସୁନ୍ଦରଗଡ ସିଡିଏମ୍‌ଓଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଆଇଏମଏର ଦାବି

କଟକ : ମୋ ସରକାର ଅଭିଯାନରେ ରବିବାର ସୁନ୍ଦରଗଡ ସିଡିଏମ୍‌ଓ ଡାକ୍ତର ପଙ୍କଜ ପଟେଲଙ୍କୁ ନିଲମ୍ବନ ଘଟଣାର ପ୍ରତିବାଦ କରିଛି ଇଣ୍ଡିଆନ୍‌ ମେଡିକାଲଲ ଆସୋସିଏସନ୍‌ ଓଡିଶା ଶାଖା(ଆଇଏମ୍‌ଏ)। ତୁରନ୍ତ ତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହର କରାଯାଉ ବୋଲି ସଂଘ ଦାବି କରି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି। କୌଣସି କାରଣ ଦର୍ଶାଅ ନୋଟିସ୍‌ ଜାରି ନକରି ବା ତଳସ୍ତରରେ ତଦନ୍ତ ନକରି ହଠାତ୍‌ ଜଣେ ବରିଷ୍ଠ ଡାକ୍ତରଙ୍କୁ ନିଲମ୍ବନ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସଂଘ ପ୍ରଶ୍ନ କରିଛି। ଏହା ଫଳରେ ଉକ୍ତ ଡାକ୍ତରଙ୍କ ସମ୍ମାନହାନୀ ହୋଇଛି। ତୁରନ୍ତ ସରକାର ଏହି ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ପା‌ଇଁ ଆଇଏମ୍‌ଏର ରାଜ୍ୟ ସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସଂପାଦକ ଡାକ୍ତର ଜନ୍ମେଜୟ ମହାପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଓମ୍‌ସା ପକ୍ଷରୁ ନିଲମ୍ବନକୁ ପ୍ରତ୍ୟାହର କରିବା ପାଇଁ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର