ନିଜେ ନାଚି ଛାତ୍ରୀଙ୍କୁ ନଚାଇଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ

ସୁନ୍ଦରଗଡ଼: ଲୁପ୍ତପ୍ରାୟ ସଂସ୍କୃତି, ପରମ୍ପରା ଓ ଚାଲିଚଳଣକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରିବାର ଏକ ସୁନ୍ଦର ପ୍ରୟାସ । ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଏକାଠି ହୋଇଥିଲେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ପଥୋତ୍ସବ ସଦୃଶ୍ୟ ଖୁଏଲ ଯାତ୍ରା-୨୦୨୦ ଆୟୋଜନ କରାଯାଇଥିଲା । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଏହାକୁ ଉଦଘାଟନ କରିବା ସହ ରାସ୍ତା ଉପରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଧାୟିକାଙ୍କୁ ନିଜ ପାଖରେ ପାଇ ଛାତ୍ରୀ ବି ବେଶ ଖୁସି ହୋଇଯାଇଥିଲେ | ବିଧାୟିକାଙ୍କ ସହ ସେଲ୍ଫି ନେବାରେ ଛାତ୍ରୀମାନେ ଲାଗିପଡ଼ିଥିଲେ |

ପଶ୍ଚିମ ଓଡିଶାର ସଂସ୍କୃତି ପରମ୍ପରା ଓ ଚାଲିଚଳଣ ସହ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ସମ୍ବଲପୁରୀ ନାଚ-ଗୀତ ସହ ବେଙ୍ଗଲୀ, ଗୁଜରାତି, ପଞ୍ଜାବୀ ଆଦି ନୃତ୍ୟ ଛାତ୍ରଛାତ୍ରୀ ପରିବେଷଣ କରିଥିଲେ | ପଥୋତ୍ସବ ଭଳି ଏହି ଖୁଏଲ ଯାତ୍ରାକୁ ଉଦଘାଟନ କରିଥିଲେ ସୁନ୍ଦରଗଡ ବିଧାୟିକା ।

କୁସୁମ ଟେଟେ ଏହାକୁ ଉଦଘାଟନ କରିବା ସହ ଛାତ୍ରଙ୍କ ସହ ମିଶି ନୃତ୍ୟ କରିଥିଲେ । ଆଦିବାସୀ ଗୀତର ତାଳେ ତାଳେ ପାଦ ପକାଇ ନାଚିଥିଲେ ବିଧାୟିକା । ରାସ୍ତା ଉପରେ ବିଧାୟିକାଙ୍କ ନୃତ୍ୟ ସହ ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଖୁଏଲ ଯାତ୍ରାର ଦ୍ୱିତୀୟ ସଂସ୍କରଣରେ ସୁନ୍ଦରଗଡର ବହୁ ଲୋକ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର