ଜାମକାନି ଖଣି ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲେ ଜୁଏଲ

ସୁନ୍ଦରଗଡ: ହେମଗିର ବ୍ଲକ ଜାମକାନି କୋଇଲା ଖଣି ଖନନ ପ୍ରସଙ୍ଗରେ ଗୁରୁବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁନ୍ଦରଗଡ଼ ସାଂସଦ ତଥା ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଭେଟି ଆଲୋଚନା କରିଛନ୍ତି। ବିସ୍ଥାପିତଙ୍କୁ ନ୍ୟାଯ୍ୟ କ୍ଷତିପୂରଣ ସହ ପୁନର୍ବାସ ଓ ଥଇଥାନ ନକରି ଖଣି ଖନନ କରାଯାଉଥିବା ସେ ଅଭିଯୋଗ କରିବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବିଶେଷ କରି ୨୦୧୩ ଜମି ଅଧିଗ୍ରହଣ ନୀତି ଅନୂଯାୟୀ କ୍ଷତିପୂରଣ, ବିସ୍ଥାପିତ ଓ ପ୍ରଭାବିତ ପରିବାରର ପୁନଃ ସର୍ବେକ୍ଷଣ, ବିପଦ ସଂକୁଳ ପୁନର୍ବାସ କଲୋନିର ପୁନଃନିର୍ମାଣ, ଜଙ୍ଗଲ ଜମିରେ ଚାଷବାସ କରୁଥିବା ବିସ୍ଥାପିତଙ୍କୁ ପୁନର୍ବାସ ଓ ଥଇଥାନ ସୁବିଧା ପ୍ରଦାନ ପାଇଁ ଦାବି ହେଉଥିବା ବେଳେ ରାଜ୍ୟପାଳଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଏ ସଂକ୍ରାନ୍ତରେ ବିଶେଷ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥି‌ଲେ। ଏହା ମଧ୍ୟରେ ରାଜଭବନ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଜାମକାନି ବିସ୍ଥାପିତଙ୍କ ଦାବି ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର