ରାଉରକେଲା: ଦୁଇଦିନ ହେଲା ସମଗ୍ର ଓଡ଼ିଶାକୁ ଛୁଇଁଛି ମୌସୁମୀ। ଏହି କ୍ରମରେ ଗତ ଦୁଇ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଛି। ଜିଲ୍ଲାର ସବୁ ବ୍ଲକରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିଭଳି ରାଉରକେଲାରେ ମଧ୍ୟ ବର୍ଷା ଲାଗି ରହିଛି। ସହରରେ ଗତ ୪/୫ ଦିନ ବର୍ଷା ଲାଗିରହିଛି। ତେବେ ମୌସୁମୀ ବର୍ଷା ପୂର୍ବରୁ ସହରରେ ଅଦିନିନଆ ବର୍ଷା ଦେଖିବାକୁ ମିଳିଥିଲା। ଏମିତିକି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ପାଖାପାଖି ୩୦ ମିନିଟ ଧରି ମ୍ୟାଚ୍‌ ବନ୍ଦ ରହିଥିଲା। କିଛି ଦିନ ପୂର୍ବେ ପ୍ରବଳ ବର୍ଷା ଓ ଝଡ଼ବାତ୍ୟା ଯୋଗୁଁ ଇସ୍ପାତ ସହରାଞ୍ଚଳରେ ଶତାଧିକ ଗଛ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା।
Advertisment
publive-image
ଆଜି ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଉଣାଅଧିକେ ବର୍ଷା ହୋଇଛି। ତେବେ ସର୍ବାଧିକ ବର୍ଷା ହେମଗିର ବ୍ଲକରେ ହୋଇଥିବା ରେକର୍ଡ କରାଯାଇଛି। ହେମଗିରରେ ସର୍ବାଧିକ ୧୪୦.୪ ମିଲିମିଟର ବର୍ଷା ହୋଇଥିବାବେଳେ ଟାଙ୍ଗରପଲ୍ଲୀରେ ୮୫.୪ ମିଲିମିଟର, ସୁନ୍ଦରଗଡ଼ ଟାଉନରେ ୮୦.୪ ମିଲିମିଟର, ବଡ଼ଗାଁରେ ୭୮ ମିଲିମିଟର, କୋଇଡ଼ାରେ ୬୯ ମିଲିମିଟର, ଲାଠିକଟାରେ ୬୩ ମିଲିମିଟର, ଲେଫ୍ରିପଡ଼ାରେ ୪୨.୩ ମିଲିମିଟର, ସବଡେଗାରେ ୫୭ ମିଲିମିଟର, ବାଲିଶଙ୍କରାରେ ୧୬.୧ ମିଲିମିଟର, କୁତ୍ରାରେ ୪୨ ମିଲିମିଟର, ରାଜଗାଙ୍ଗପୁରରେ ୩୫ ମିଲିମିଟର, କୁଆରମୁଣ୍ଡାରେ ୨୯.୨ ମିଲିମିଟର, ନୂଆଗାଁରେ ୧୮.୩ ମିଲିମିଟର, ବିଶ୍ରାରେ ୨୯.୪ ମିଲିମିଟର, ବଣାଇଁରେ ୫୮ ମିଲିମିଟର, ଲହୁଣୀପଡ଼ାରେ ୪୦ ମିଲିମିଟର, ଗୁରୁଣ୍ଡିଆରେ ୩୮ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।