ଅନୁଗୁଳ/ବନ୍ତଳା: ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନ ବିଭାଗ ନାକେଦମ ହୋଇଗଲାଣି। ଘଞ୍ଚ ଜଂଗଲ ମଧ୍ୟକୁ ଚାଲିଯାଇଛି ‘ସୁନ୍ଦରୀ’। ଅଶନବାହାଲଠାରୁ ପ୍ରାୟ ୩ କିଲୋମିଟର ଦୂର ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀ ରହିଥିବା ବନ ବିଭାଗ ଜାଣିପାରିଛି। ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚାଲି ଚାଲି ଅଭିଯାନ ଚଳାଇବା କଷ୍ଟସାଧ୍ୟ। ଏଥିରେ ପୁଣି ବନ ବିଭାଗ କର୍ମଚାରୀମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଏଭଳି ସ୍ଥିତିରେ ପୋଷା ହାତୀର ସହାୟତା ନେବାକୁ ବନ ବିଭାଗ ଚିନ୍ତା କରୁଥିବା କୁହାଯାଇଛି। ମଂଗଳବାର ‘ସୁନ୍ଦରୀ’ ମିସନକୁ ଏକ ସପ୍ତାହ ଅତିକ୍ରାନ୍ତ ହୋଇଛି। ସାତକୋଶିଆ ଜଙ୍ଗଲ ଭିତରେ ବାଘୁଣୀ ଓୟୁଏଟି, ଶିମିଳିପାଳ ଏବ˚ ନନ୍ଦନକାନନର ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞଙ୍କୁ ଚକ୍୍ମା ଦେବା ପରେ ଘଞ୍ଚ ଜଂଗଲ ମଧ୍ୟକୁ ଚାଲି ଯାଇଥିଲା। ଏଭଳି ସ୍ଥିତିରେ ସରକାର ମଧୢପ୍ରଦେଶର କାହ୍ନା ଏବ˚ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପରୁ ଦୁଇ ଜଣ ଦକ୍ଷ ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞ ସନ୍ଦୀପ ଅଗ୍ରଵାଲ ଓ ଅଖିଳେଶ ମିଶ୍ରଙ୍କ ସହାୟତା ଲୋଡ଼ିଥିଲେ। ଏହି ଦୁଇ ବିଶେଷଜ୍ଞ ସୋମବାର ଅନୁଗୁଳ ପହଂଚି ସର୍କିଟ ହାଉସ ପରିସରରେ ବନ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ବାଘୁଣୀର ଗତିବିଧି, ସ୍ଥାନୀୟ ଅଞ୍ଚଳର ଭୌଗୋଳିକ ସ୍ଥିତି ସଂପର୍କରେ ବନ ବିଭାଗ ପକ୍ଷରୁ ଶ୍ରୀ ଅଗ୍ରୱାଲ ଓ ଶ୍ରୀ ମିଶ୍ରଙ୍କ ଅବଗତ କରାଯାଇଥିଲା। ମଂଗଳବାର ସକାଳେ ବନ ବିଭାଗର ଅଧିକାରୀମାନଙ୍କ ସହିତ ସେ ଦୁହେଁ ସାତକୋଶିଆ ଗସ୍ତ କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଅଶନବାହାଲ ଜଂଗଲେର ରହିବା ପରେ ସେମାନେ ଅନୁଗୁଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏଠାରେ ପୁଣି ଆେଲାଚନା କରାଯାଇଛି। ବାଘୁଣୀକୁ କାବୁ କରିବା ସତେଟା ସହଜ ନୁହେଁ। ଏଥିପାଇଁ ଆହୁରି କିଛିଦିନ ଲାଗିପାରେ ବୋଲି ଜଣେ ବିଭାଗୀୟ କହିଛନ୍ତି। ଦୁଇଟି ପୋଷା ହାତୀ ହେଲେ ‘ସୁନ୍ଦରୀ’ ଅଭିଯାନ ସହଜ ହେବ ବୋଲି କୁହାଯାଇଛି। ଅପରପକ୍ଷରେ ‘ସୁନ୍ଦରୀ‘କୁ କାବୁ କରାଯିବା ପରେ ରାଇଗୁଡ଼ା ଏନକ୍ଲୋଜରରେ ରଖି ଗତିବିଧି ଅନୁଧ୍ୟାନ କରାଯିବାକୁ ଚିନ୍ତା କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି।
‘ସୁନ୍ଦରୀ’ ପାଇଁ ନାକେଦମ୍ ହାତୀର ସହାୟତା ନେବ ବନ ବିଭାଗ
/sambad/media/post_attachments/wp-content/uploads/2018/10/SBPHO28-TIGER3-FILE-PHOTO-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)