ସୁନ୍ଦରୀର ଠିକଣା ସାତକୋଶିଆର ସ୍ୱତନ୍ତ୍ର ଏନକ୍ଲୋଜର

ଭୁବନେଶ୍ୱର: ସାତକୋଶିଆ ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ବାଘୁଣୀ ସୁନ୍ଦରୀର ସ୍ଥିତି ସ୍ପଷ୍ଟ ହେଉନାହିଁ । ଏବେ ସ୍ଥିତି ଏପରି ହୋଇଛି କି, ଏନ୍‌ଟିସିଏ ଓ ବନବିଭାଗର ନିଷ୍ପତ୍ତି ଉପରେ ବାଘୁଣୀ ସୁନ୍ଦରୀର ଭବିଷ୍ୟତ ନିର୍ଭର କରୁଛି। ମଣିଷ ଶିକାର ଅଭିଯୋଗ ଆସିବା ପରେ ୮ ମାସ ହେଲା ବନ୍ଦୀ ଜୀବନ ବିତାଉଛି ସୁନ୍ଦରୀ । ଦୀର୍ଘ ମାସ ଏନକ୍ଲୋଜରରେ ରହିବା ପରେ ଜଙ୍ଗଲକୁ ଛାଡିବା ନେଇ ଅନିଶ୍ଚିତତା ଦଖାଦେଇଛି ।

ଘଞ୍ଚ ଜଙ୍ଗଲରେ ବୁଲି ଶିକାର କରୁଥିବା ସୁନ୍ଦରୀ ୮ ମାସ ହେଲା ବନ୍ଦୀ ଜୀବନ ବିତାଉଛି । ସାତକୋଶିଆରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ବାନ୍ଧବଗଡରୁ ଆସିଥିବା ସୁନ୍ଦରୀର ଠିକଣା ସାତକୋଶିଆର ସ୍ୱତନ୍ତ୍ର ଏନକ୍ଲୋଜର । ମଣିଷ ଶିକାର ଅଭିଯୋଗ ଆସିବା ପରେ ଅଭୟାରଣ୍ୟର ରାଇଗୁଡାରେ ଅଢେଇ ଏକର ପରିସୀମା ବିଶିଷ୍ଟ ଜଙ୍ଗଲରେ ୧୮ ଫୁଟ ଉଚ୍ଚର ତାରଜାଲି ଘେରା ଖୁଆଡରେ ସୁନ୍ଦରୀ ବାଘୁଣୀ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ଅଭୟାରଣ୍ୟ କର୍ତୃପକ୍ଷ । ଦୀର୍ଘ ମାସ ଧରି ଏନକ୍ଲୋଜରରେ ରହିବା ପରେ ସୁନ୍ଦରୀର ଜଙ୍ଗଲୀ ଗୁଣରେ ପରିବର୍ତ୍ତନ ହୋଇଥିବା ପରିବେଶବିତ ଆଶଙ୍କା କରୁଛନ୍ତି ।

ସମ୍ବନ୍ଧିତ ଖବର