ପୁଣି ମାତିଲା ସୁନ୍ଦରୀ, ମାରିଲା ଗାଈ ଓ ବାଛୁରୀ

ଭୁବନେଶ୍ୱର : ସୁନ୍ଦରୀ ବାଘୁଣୀର ଆତଙ୍କରାଜ ଜାରି ରହିଛି । ଆଜି ପୁଣି ଗୃହପାଳିତ ପଶୁ ମାରିଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା ଆଠମଲିକ ବନଖଣ୍ଡ ଧଣ୍ଡଟୋପୋ ରେଞ୍ଜ ବିପ୍ରଡିହ ଗାଁରେ ସୁନ୍ଦରୀ ଗାଈ ଓ ବାଛୁରୀ ମାରିଛି । ଦୁଇଦିନ ତଳେ ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉକ୍ତ ଅଂଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ବାଘକୁ ମଧ୍ୟପ୍ରଦେଶକୁ ପଠାଇଦିଆଯିବାକୁ ଅଭିଯୋଗ ହେଉଛି । କିନ୍ତୁ ଏପରି କୌଣସି ଯୋଜନା ନଥିବା ଆଜି ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ।

ସମ୍ବନ୍ଧିତ ଖବର