ବରଗଡ଼: ମହଂଗା ଦୁନିଆରେ ସକାଳୁ ୨୦ଟଙ୍କା ଖର୍ଚ୍ଚ ନ କଲେ ପେଟ ପୁରା ଜଳଖିଆ ବି ମିଳୁନାହିଁ। କିନ୍ତୁ ମାତ୍ର ଟଙ୍କାଟିଏରେ ଜଳଖିଆ ଦେବା ଭଳି ଏକ ଭଲ ଖବର ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଯୁବକବି ଉମେଶ ପ୍ରଧାନ ଏହି ଜଳଖିଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି। କେବଳ ରବିବାର ସକାଳୁ ଟଙ୍କାଟିଏ ଖର୍ଚ୍ଚ ପରି ରୋଗୀ ପରିଜନ ସୁଆଦିଆ ଜଳଖିଆ ଖାଇ ପାରିବେ। ମା' ସ୍ବେଚ୍ଛାସେବୀ ସଂସ୍ଥା ଆନୁକୂଲ୍ୟରେ ଏହି ସେବା ଆରମ୍ଭ ହୋଇଛି।
/sambad/media/post_attachments/wp-content/uploads/2022/12/13-13.jpg)
ପ୍ରାଥମିକ ପର୍ଯ୍ୟାୟରେ ଶହେ ଜଣଙ୍କ ପାଇଁ ଏହି ଜଳଖିଆ ଉପଲବ୍ଧ ରହିବ। ତେବେ ବଦାନ୍ୟ ବ୍ୟକ୍ତିମାନେ ସହଯୋଗ କଲେ ଏହାକୁ ବ୍ୟାପକ କରାଯିବ ବୋଲି ଉମେଶ କୁହନ୍ତି। ବର୍ତମାନ ସମାଜସେବୀ ଗୋବିନ୍ଦ ନାଗ, ଉତ୍ପନ୍ନ ଭୋଇ, ଦୀପକ ସାହୁ, ନିକୁ ପଧାନ, ସୁନୀଲ ରଣା, ସୀତାରାମ ନାୟକ ତାଙ୍କ ସହ ହାତ ମିଳାଇଛନ୍ତି। ଆଗକୁ ଅଧିକ ଲୋକଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ଉମେଶ ଲକ୍ଷ୍ୟ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/One-Rupee-Breakfast_Thumbnail.jpg)