ରବିବାର ବାଦାମବାଡ଼ିରୁ ବସ୍ ବନ୍ଦ, ସୋମବାରଠାରୁ ଯାତ୍ରୀ ହେଲେ ବସ୍ ଗଡ଼ିବ

କଟକ : ଜନତା କର୍ଫ୍ୟୁ ଡାକରାକୁ ସମର୍ଥନ ଜଣାଇଛି କଟକ ଘରୋଇ ବସ ମାଲିକ ସଂଘ। ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଅଜୟ କୁମାର ବାରିକ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି କଟକରୁ ଘରୋଇ ବସ୍ ସେବା ସଂପୂର୍ଣ୍ଣ ବନ୍ଦ ରହିବ। କିନ୍ତୁ ପରବର୍ତ୍ତୀ ଦିନ ଗୁଡିକରେ ଯଦିଓ ଘରୋଇ ବସ୍ ଚଳାଚଳ ପାଇଁ ପ୍ରସ୍ତୁତ ରହିବ, କିନ୍ତୁ ଯାତ୍ରୀ ସଂଖ୍ୟାକୁ ଦେଖି ବସ୍ ଚଳାଚଳ କରିବ। ଯେଉଁ ରୁଟ୍ ପାଇଁ ଆବଶ୍ୟକ ଯାତ୍ରୀ ହେବେ, ସେହି ରୁଟରେ ବସ୍ ଗଡିବ। କିନ୍ତୁ ଯାତ୍ରୀ ନ‌ ‌ହେଲେ ବସ୍ ଚଳାଚଳ କରିବ ନାହିଁ ବୋଲି ଶ୍ରୀ ବାରିକ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର