ଏପ୍ରିଲ୍‌ରୁ ରବିବାର କ୍ଲାସ୍‌ ବନ୍ଦ୍‌, ପହିଲାରୁ ହେବ ରିଭିଜନ୍ କ୍ଲାସ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଏପ୍ରିଲ ପହିଲାରୁ ହେବ ରିଭିଜନ୍ କ୍ଲାସ । ଚଳିତ ମାର୍ଚ ଶେଷ ସୁଦ୍ଧା ସ୍କୁଲମାନଙ୍କରେ ସବୁ କୋର୍ସ କଭର ହୋଇଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷର ସ୍କୁଲମାନଙ୍କରେ ପିଲାମାନଙ୍କ ପାଠ୍ୟକ୍ରମ ସରିଆସିଲାଣି, ତେଣୁ ରେଗୁଲାର କ୍ଳାସ୍ ଜରୁରୀ ନାହିଁ । ସେଥିପାଇଁ ଆମେ ବିଚାର କରୁଛୁ, ମୁଁ ଭାବୁନାହିଁ ମାର୍ଚ ପରେ ଆଉ ସ୍କୁଲରେ କିଛି କାର୍ଯ୍ୟକ୍ରମ ରହିବ। ପିଲାମାନେ ବିଶେଷ କରି ସେଲ୍ଫ ଷ୍ଟଡି ବା ଘରେ ରହି ପାଠ ପଢ଼ିବାକୁ ଆଗ୍ରହ କଲେଣି। ସେଥିପାଇଁ ରବିବାର କ୍ଲାସର ମଧ୍ୟ ଆବଶ୍ୟକ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ଏପରିକି ପିଲାମାନଙ୍କ ପାଇଁ ବିଭାଗ ଯୋଗାଇ ଦେଇଥିବା ‘ପରୀକ୍ଷା ଦର୍ପଣ’ ସହାୟକ ହେଉଛି । ସେଥିପାଇଁ ଆସନ୍ତା ମାସରୁ ରେଗୁଲାର କ୍ଲାସର ଜରୁରୀ ମନେ ହେଉନାହିଁ । ପିଲାମାନେ ନିଜେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ମନସ୍ଥ କଲେଣି ବୋଲି ଏବେ କ୍ଲାସରେ ପ୍ରାୟତଃ ଉପସ୍ଥାନ କମ୍ ଦେଖିବାକୁ ମିଳୁଛି। ତେଣୁ ଆମେ ବିଚାର କରୁଛୁ ଆସନ୍ତା ମାସରୁ ପିଲାମାନଙ୍କ ସେଲ୍ଫ ଷ୍ଟଡିକୁ ଗୁରୁତ୍ୱ ଦେବୁ ବୋଲି ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର