ସୁନ୍ଦରଗଡ଼: ଫେସ୍ବୁକ୍ରେ ଜଣେ ଯୁବତୀଙ୍କ ଅଶୋଭନୀୟ ଫଟୋ ପୋଷ୍ଟ୍ କରୁଥିବା ଜଣେ ଯୁବକଙ୍କୁ କିଞ୍ଜିରିକେଲା ପୁଲିସ ଶୁକ୍ରବାର ଦିନ ଗିରଫ କରିଛି।
ଗିରଫ ଯୁବକଜଣକ ହେଉଛନ୍ତି କିଞ୍ଜିରିକେଲା ଅନ୍ତର୍ଗତ ଖମାରିମୁଣ୍ଡା ଗ୍ରାମର ପ୍ରଦୀପ ତିର୍କୀ। ସେ ଗୋଆରେ ଗୋଟାଏ ମହମବତି କାରଖାନାରେ କାମ କରନ୍ତି। ରାଉରକେଲାର ଜଣେ ଯୁବତୀଙ୍କ ସହ ତାଙ୍କର ଫେସ୍ବୁକ୍ରେ ବନ୍ଧୁତା ହୋଇଥିଲା।
କିଛି ଦିନ ପରେ ପ୍ରଦୀପ ସେ ଯୁବତୀଙ୍କ ଫଟୋକୁ ଅଶୋଭନୀୟ କରି ତାଙ୍କ ଆଇଡିକୁ ପୋଷ୍ଟ୍ କରୁଥିଲେ। ଅକ୍ଟୋବର ୪ ତାରିଖ ଦିନ ପୋଷ୍ଟ୍ କରିଥିବା ଏକ ଅରୁଚିକର ଫଟୋ ଦେଖି ଯୁବତୀ ଜଣକ ବିବ୍ରତ ହୋଇ ତିର୍କୀଙ୍କୁ କହିଲେ କି, ସେ ତାଙ୍କର ଆଇଡି ବ୍ଲକ୍ କରିଦେବେ। ତିର୍କୀ ପାଲଟା ଧମକ ଦେଇ କହିଲେ ଯେ ତେବେ ସେ ସୋସିଆଲ୍ ମିଡିଆରେ ତାଙ୍କର ଏହି ସବୁ ଫଟୋ ଅପ୍ଲୋଡ୍ କରିଦେବେ।
ଶେଷରେ ଉକ୍ତ ଯୁବତୀ ଅକ୍ଟୋବର ୫ ତାରିଖରେ କିଞ୍ଜିରିକେଲା ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ରାତିରେ ପୁଲିସ ଯୁବକଙ୍କୁ ତାଙ୍କ ଖମାରିମୁଣ୍ଡା ଗାଁ ଘରୁ ଉଠାଇ ନେଇଥିଲା।
ଆଜି ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।