ଡିଜିପି ଅଭୟଙ୍କ ଠାରୁ ଦାୟିତ୍ବ ନେଲେ ସୁନୀଲ ବଂଶଲ, ନୂଆବର୍ଷରୁ କାର୍ଯ୍ୟରେ ଯୋଗଦେବେ

କଟକ: ନୂଆ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି। କଟକସ୍ଥିତ ଡିଜିପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମାରୋହରେ ସେ ଡିଜିପି ଅଭୟଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ୧୯୮୭ ବ୍ୟାଚ୍‌ର ଆଇପିଏସ୍ ସୁନୀଲ ବଂଶଲ ପୂର୍ବରୁ ମଧ୍ୟ ଓଡ଼ିଶା ପୁଲିସରେ କାମ କରିଛନ୍ତି। ଆଜି (୨୦୨୧ ଡିସେମ୍ବର ୩୧) ପୁଲିସ ଡିଜି ଅଭୟଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ୨୦୨୨ ଜାନୁଆରି ପହିଲାରେ ସୁନୀଲ ବଂଶଲ କାର୍ଯ୍ୟରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ରାଜ୍ୟ ସରକାର ଏହି ଦୌଡ଼ରେ ଥିବା ୩ ଆଇପିଏସ୍‌ଙ୍କ ମଧ୍ୟରୁ ଶ୍ରୀ ବଂଶଲଙ୍କ ନାଁକୁ ପୁଲିସ ଡିଜି ଭାବେ ମୋହର ମାରିଥିଲେ। ପରେ କେନ୍ଦ୍ର ସରକାର ସୁନୀଲଙ୍କ ନାଁରେ ମୋହର ମାରିଥିଲେ।

ମୟୂରଭଂଜ ଏସପି ଭାବେ ପୁଲିସ କ୍ୟାରିଅର ଆରମ୍ଭ କରିଥିବା ସୁନୀଲ ଦୀର୍ଘ ୨୭ ବର୍ଷ ପରେ ଓଡିଶାକୁ ଆସିଛନ୍ତି । ଏହାରି ଭିତରେ ଓଡିଶା ଅନେକ ବଦଳିଯାଇଛି । ତେଣୁ ତାଙ୍କ ଆଗରେ ପଂଚାୟତ ନିର୍ବାଚନ ସୁପରିଚାଳନା, ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଡ୍ରଗ୍ସ କାରବାର ଉପରେ ରୋକ ଭଳି ଆହ୍ୱାନ ରହିଛି ।

ସମ୍ବନ୍ଧିତ ଖବର