କେବିସିରେ ୫୦ ଲକ୍ଷର ବାଜି ମାରିଲେ ବଲାଙ୍ଗୀରର ସୁନୀଲ

ବଲାଙ୍ଗୀର : ସୁନୀଲ କୁମାର ତାଣ୍ଡି। ୩୮ ବର୍ଷୀୟ ଶ୍ରୀ ତାଣ୍ଡି ହେଉଛନ୍ତି ବଲାଙ୍ଗୀର ସହରର ହାତୀପଡ଼ାର ବାସିନ୍ଦା। ୨୦୦୯ରେ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେବା ପରେ ୨୦୧୦ ମସିହାରୁ ସେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରତ। ଦୀପାବଳି ଦିନ ‘ସୋନି’ ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ରେ ଶ୍ରୀ ତାଣ୍ଡି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ୫୦ ଲକ୍ଷ ଟଙ୍କା ବିଜୟୀ ହୋଇଛନ୍ତି। ଓଡ଼ିଶାରୁ ଅନେକ ପ୍ରତିଯୋଗୀ କେବିସିକୁ ଯାଇଛନ୍ତି। ବିଶିଷ୍ଟ ସିନେ ଅଭିନେତା ଅମିତାଭ ବଚ୍ଚନଙ୍କୁ ସାମ୍ନା କରିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ୫୦ ଲକ୍ଷ ଟଙ୍କା ଜିତିବାର ସୌଭାଗ୍ୟ ପାଇଛନ୍ତି ବଲାଙ୍ଗୀରର ଶ୍ରୀ ତାଣ୍ଡି।

ସମ୍ବନ୍ଧିତ ଖବର