କଟକ : ଅଗ୍ନିଶମ ବିଭାଗର ନୂତନ ଡିଜି ଭାବେ ସୁନୀଲ ରଏ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ସେ ଏହି ନୂଆ ଦାୟିତ୍ବକୁ ସୂଚାରୁ ରୂପେ ସମ୍ପାଦନ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ବିଭିନ୍ନ ଦାୟିତ୍ବ ଭଳି ଅଗ୍ନିଶମ ବିଭାଗ ମଧ୍ୟ ଏକ ଗୁରୁ ଦାୟିତ୍ବ। ଏହି ଦାୟିତ୍ବ ମିଳିଥିବାରୁ ବହୁତ ଖୁସି ଅଛି। ଆମେ ସମସ୍ତେ ପବ୍ଲିକ୍‌ ସର୍ଭିସ୍‌ରେ ଅଛୁ। ତେଣୁ ଆଗକୁ ଯାହା ବି ଚାଲେଞ୍ଜ ଆସିବ ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ବିଭାଗରେ ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯିବ। ଏଥିସହିତ କାର୍ଯ୍ୟ ପଦ୍ଧତିରେ ସ୍ବଚ୍ଛତା ରକ୍ଷା କରାଯିବ ଓ ଅଗ୍ନିଶମ ବିଭାଗକୁ ଅଧିକ ଉନ୍ନତମାନର କରିବାକୁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ରଏ କହିଛନ୍ତି।

Advertisment

ଶ୍ରୀ ରଏ ଆଇପିଏସ୍‌ ହେବା ପରେ ୧୯୮୯ରେ ବ୍ରହ୍ମପୁର ଏସ୍‌ଡିପିଓ ଓ ୧୯୯୦ରେ ବ୍ରହ୍ମପୁର ଏସ୍‌ଡିପିଓ ଭାବେ କାର୍ଯ୍ୟ କରିଥିଲେ। ୧୯୯୧ରେ କୋରାପୁଟରେ ଅତିରିକ୍ତ ଏସ୍‌ପି ଭାବେ ଯୋଗ ଦେଇଥିଲେ। ୧୯୯୨ରେ ସୁନ୍ଦରଗଡ଼, ୧୯୯୪ରେ ବଲାଙ୍ଗୀର, ୧୯୯୫ରେ ଯାଜପୁରର ଏସ୍‌ପି ଭାବେ କାର୍ଯ୍ୟ କରିବା ପରେ ୧୯୯୬ରେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ। ୨୦୦୧ରେ ଓଡ଼ିଶା ଫେରିବା ପରେ ସୁନ୍ଦରଗଡ଼ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ୨୦୦୨ରେ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇ ରାଉରକେଲାରେ କାର୍ଯ୍ୟାରମ୍ଭ କରିଥିଲେ। ୨୦୧୧ରେ ଆଇଜି (ଆଇନ୍‌ଶୃଙ୍ଖଳା), ୨୦୧୨ରେ ପୁଲିସ୍‌ କମିସନର, ୨୦୧୩ରେ ଏଚ୍‌ଆର‌୍‌ପିସିର ଅତିରିକ୍ତ ଡିଜି, ୨୦୧୩ରେ ଗୁଇନ୍ଦା ନିର୍ଦ୍ଦେଶକ ଏବ˚ ୨୦୧୯ ଫେବ୍ରୁଆରି ମାସରୁ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।