ଭୁବନେଶ୍ବର: ରାଜଧାନୀରୁ ଜଣେ ସୁପାରିକିଲର ଗିରଫ ହୋଇଥିବାର ଖବର ମିଳିଛି। ନୟାପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ପାଖରୁ ୨ଟି ବନ୍ଧୁକ ଓ ଗୁଳି ଜବତ କରିଛି। ଜଣେ ବ୍ୟୟସାୟୀଙ୍କୁ ହତ୍ୟା କରିବା କରିବାକୁ ଯୋଜନା କରିବା ବେଳେ ସୁପାରିକିଲର ଗିରଫ ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାତିରେ ନୟାପଲ୍ଲୀ ପୁଲିସକୁ ଦୁଇ ଜଣ ବନ୍ଧୁକଧାରୀ ଆଇଆସି ଭିଲେଜ କିଡନି କେଆର ଅଫିସ ନିକଟରେ ବୁଲୁଥିବାର ଖବର ମିଳିଥିଲା। ତାପରେ ନୟାପଲ୍ଲୀ ଥାନାର ସବ୍- ଇନସ୍ପେକ୍ଟର୍ ସତ୍ୟ ବାରିକ ଓ ଆର୍ ଏନ୍ ପାତ୍ର ସାଦା ପୋଷାକରେ ସେମାନଙ୍କ ଉପରେ ନଜର ରଖିଥିଲେ। ପରବର୍ତ୍ତୀ ସମୟରେ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ଥିବା ଓମ୍ଫେଡ ବୁଥଠାରେ କଳା ପଲସର ବାଇକ ରଖି ସିଗାରେଟ ଟାଣୁଥିବା ସମୟରେ ଆଉ ୫ ଜଣ ପୁଲିସ ମଧ୍ୟ ଆସି ସେହି ଜାଗାରେ ପହଞ୍ଚିଲେ। ହେଲମେଟ ପିନ୍ଧିଥିବା ଯୁବକକୁ ପୁଲିସ ପଚରାଉଚୁରା କଲା ବେଳେ ସେ ପୁଲିସକୁ ଧକ୍କା ମାରି ଦୌଡ଼ି ପଳାଇଥିଲା। ତା’ପଛରେ ବସିଥିବା ସମ୍ପଦ ନାମକ ଯୁବକ ତତକ୍ଷଣାତ ବନ୍ଧୁକ ବାହାର କରି ପୁଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସବ୍- ଇନସ୍ପେକ୍ଟର୍ ସତ୍ୟ ସମ୍ପଦ ଧରିଥିବା ବନ୍ଧୁକକୁ କୌଶଳ କ୍ରମେ ଛଡାଇ ଆଣିଥିଲେ।
ସମ୍ପଦ ନିକଟରୁ ମିଳିଥିବା ଗୋଟେ ୯ଏମଏମ୍ ପିସ୍ତଲରେ ୮ ରାଉଣ୍ଡ ଗୁଳି ଥିବାବେଳେ ଅଣ୍ଟାରେ ଆଉ ଏକ ୭ ଏମଏମ୍ ପିସ୍ତଲ ରହିଥିଲା ଓ ଆଉ ଏକ ରେଡ୍ ଚିଲ୍ଲି ସ୍ପ୍ରେ ମଧ୍ୟ ମିଳିଥିଲା। ଫେରାର ସହଯୋଗୀ ଜଣେ ଚୋରା କୋଇଲା ବେପାରୀ ବୋଲି ଜଣାଯାଇଛି। ସେ ତାଳଚେର ଓ ଟାଙ୍ଗିରୁ କୋଇଲା ଚୋରା ଚାଲାଣ କରୁଥିଲା। ଏହି ଲୋକ, ସମ୍ପଦ କୋଇଲା ଚୋରା ଚାଲାଣ ବେଳେ ବନ୍ଧୁକ ଧରି ଏସକର୍ଟ କରୁଥିଲା। ,୨୦୦୪, ୨୦୦୮ ଓ ୨୦୧୬ରେ ସେ ହତ୍ୟା ଓ ଡକାୟତି ମାମଲାରେ ଜେଲ ଯାଇଥିଲା। ସମ୍ପଦ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/90393ba4-e833-4b8f-8c9d-1ab6b0dedd66.jpg)