ଝିଅର ହତ୍ୟା ଲାଗି ଷଡ଼ଯନ୍ତ୍ର ରଚିଥିଲା ମା’, ସୁପାରି କିଲର୍‌ ଦୁଷ୍କର୍ମକାରୀ ଗିରଫ

ବାଲେଶ୍ବର : ବାଲେଶ୍ବର ସଦର ଥାନା ନଗ୍ରମସ୍ଥିତ ବେଲନାଳ ପାଖରେ ଶିବାନୀ ଗିରି ନାମ୍ନୀ ଜନୈକା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଦୁଷ୍କର୍ମକାରୀ ଓରଫ୍‌ ରବୀନ୍ଦ୍ର ନାୟକକୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଷ୍କର୍ମକାରୀର ଘର ବସ୍ତା ଥାନା ଗୋବିନ୍ଦା ଅଞ୍ଚଳରେ। ‌ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କଟିଛୁଆ ଓରଫ୍‌ ପ୍ରମୋଦ ଜେନା (୩୨) ଓ ମୃତ ଶିବାନୀଙ୍କ ମା’ ସୁକାନ୍ତି ଗିରି (୫୮)ଙ୍କୁ ହତ୍ୟାକାଣ୍ଡର ୫ ଦିନ ପରେ ଅର୍ଥାତ୍‌ ଜାନୁଆରି ୧୭ ତାରିଖରେ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତ ପ୍ରମୋଦ ଧରାପଡ଼ିବା ପରେ ସମସ୍ତ କଥା ମାନିଯାଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ କାର, ଇଟା, ଫ୍ୟାନ୍‌, ବେଲ୍ଟ ଆଦିକୁ ପୁଲିସ ଜବତ କରିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ ବୋଲି ସଦର ଥାନା ଆଇଆଇସି ଅଶୋକ ନାୟକ ସୂଚନା ‌ଦେଇଛନ୍ତି।

ଜାନୁଆରି ମାସ ୧୨ ତାରିଖର ଏହି ଘଟଣା ସଦର ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ପରିବାରର ସମ୍ମାନ ପାଇଁ ଝିଅର ମା’ ହିଁ ରଚିଥିଲେ ହତ୍ୟା ଷଡ଼୍‌ଯନ୍ତ୍ର।

ସମ୍ବନ୍ଧିତ ଖବର