୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡ୍ରେନେଜ ବିଭାଗର ସୁପରିଟେଣ୍ଡିଂ ଇଂଜିନିୟର

ଯାଜପୁର: ଯାଜପୁର ଡ୍ରେନେଜ ବିଭାଗର ସୁପରିଟେଣ୍ଡିଂ ଇଂଜିନିୟର ଚଣ୍ଡି ପ୍ରସାଦ ମହାପାତ୍ରଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଛି। ଲାଂଚ ନେଉଥିବା ଅବସ୍ଥାରେ ଯାଜପୁର କାର୍ଯ୍ୟାଳୟରେ ତାଙ୍କୁ ଗିରଫ କରାଯାଇଛି। ସେ ବିଭାଗରେ ଭଡ଼ା ସୂତ୍ରରେ କାର୍ଯ୍ୟ କରୁଥିବା ଏକ ଗାଡିର ୩ ମାସର ବକେୟା ଅର୍ଥର ବିଲ ପାସ କରିବା ପାଇଁ ୧୦ ହଜାର ଟଙ୍କାର ଲାଂଚ ମାଗିଥିଲେ। ତେବେ ଅଭିଯୋଗକାରୀ ଏନେଇ କଟକ ଭିଜିଲାନ୍ସ ଡିଭିଜନକୁ ଜଣାଇଥିବା ବେଳେ ଆଜି ଯାଜପୁର ଓ କଟକ ଭିଜିଲାନସ ବିଭାଗର ଏକ ସ୍ୱତନ୍ତ୍ର ଟିମ ତାଙ୍କୁ କାର୍ଯ୍ୟାଳୟରେ ଲାଂଚ ନେଉଥିବା ଅବସ୍ଥାରେ କାବୁ କରିଥିଲେ ବୋଲି କଟକ ଭିଜିଲାନସ ଡିଭିଜନ ଡିଏସପି ସୁରେନ୍ଦ୍ର ନାଥ ରାଇଗୁରୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର