ଢେଙ୍କାନାଳରେ ହେବ ସୁପର୍‌ ସ୍ପେସାଲିଟି ହସ୍ପିଟାଲ୍‌

ଢେଙ୍କାନାଳ : ଢେଙ୍କାନାଳରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ସୁପର୍‌ ସ୍ପେସାଲିଟି ହସ୍ପିଟାଲ୍‌ ନିର୍ମାଣ ହେବ। ଏଥିପାଇଁ ସ୍ଥାନ ଚିହ୍ନଟ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବାସୁଦେବ ବେହେରାଙ୍କ ସୂଚନା ଅନୁଯାୟୀ, ଢେଙ୍କାନାଳ ସହରରେ ପିିପିପି ମୋଡ଼୍‍ରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେସାଲିଟି ହସ୍ପିିଟାଲ୍‌ ନିର୍ମାଣ କରାଯିବ। ନୂଆଦିଲ୍ଲୀ ଇଣ୍ଟରନ୍ୟାସ୍‌ନାଲ୍‌ ଫାଇନାନ୍ସ କର୍ପୋରେସନ୍‌, ୱାର୍ଲଡ ବ୍ୟାଙ୍କ ଗ୍ରୁପ୍‌ ଶକ୍ତି ଡିସି କର୍ତ୍ତୃପକ୍ଷ କିଛିଦିନ ତଳେ ଢେଙ୍କାନାଳ ଗସ୍ତରେ ଆସିଥିଲେ। କର୍ତ୍ତୃପକ୍ଷ ସହରର ବାଜିଚୌକ ପୁରୁଣା ଚିକିତ୍ସାଳୟ, ମହିଷାପାଟ ଏବଂ ମଣ୍ଟଫୋର୍ଟ ସ୍କୁଲ୍‌ ପଛରେ ଥିବା ଏକ ଜମି ଦେଖି ଫେରିଛନ୍ତି। ଏହି ଡାକ୍ତରଖାନାରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଚକିତ୍ସାଧିକାରୀ ଡ. ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର