ବାରିପଦାରେ ଉତ୍କଳ ହସ୍ପିଟାଲ୍‌ର ସୁପର ସ୍ପେଶାଲିଟି ଆଉଟ୍‌ରିଚ୍ ସେଣ୍ଟର୍‌

ବାରିପଦା: ବାରିପଦା ସହର ଭୁଗୁଡ଼ାକଟାଠାରେ ଉତ୍କଳ ହସ୍ପିଟାଲର ‘ସୁପର ସ୍ପେଶାଲିଟି ଆଉଟରିଚ୍ ସେଣ୍ଟର’ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଉତ୍କଳ ହସ୍ପିଟାଲ ଭୁବନେଶ୍ବରର ଅଧ୍ୟକ୍ଷ ତଥା ଖ୍ୟାତନାମା ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ କୁମାର ସାମଲ ଓ ଡାକ୍ତର ନିତ୍ୟାନନ୍ଦ ଉପାଧ୍ୟାୟ ମିଳିତ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲର ସିଇଓ ଡା. ଆଶିଷ ଚନ୍ଦ୍ର, ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ପଣ୍ଡା, ସିଓଓ ଡା. ଆଲୋକ ଲୋଧା ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍ତରଓଡ଼ିଶାର ଲୋକଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ବାରିପଦାରେ ଏହି ଆଉଟ୍‌ରିଚ୍ ସେଣ୍ଟର ଆରମ୍ଭ ହୋଇଛି। ଏହାଦ୍ବାରା ଉତ୍ତରଓଡ଼ିଶାର ଲୋକମାନେ ଆଉ ଦୂରଦୂରାନ୍ତ ସହରକୁ ନଯାଇ ନିଜ ଅଞ୍ଚଳରେ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ବାରା ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଏହି ଆଉଟରିଚ୍‌ ସେଣ୍ଟରରେ ପ୍ରତିଦିନ ମୌଳିକ ଚିକିତ୍ସା ସହିତ କାର୍ଡିଓଲୋଜି, କାର୍ଡିଓ ଥୋରାସିକ ସାଇନ୍ସ, ଅର୍ଥୋପେଡିକ, ଜଏଣ୍ଟ ଆଣ୍ଡ ସ୍ପାଇନ୍‌, ଅଙ୍କୋଲୋଜି, ନ୍ୟୁରୋ ସାଇନ୍ସ, ଗ୍ୟାଷ୍ଟ୍ରୋ ସାଇନ୍ସ, ୟୁରୋଲୋଜି ଆଦି ବିଭାଗରେ ସାପ୍ତାହିକ ସେବା ଉପଲବ୍ଧ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର