କେବଳ ସ୍ୱଚ୍ଛତା ପାଇଁ ସଂକଳ୍ପ ନେଇଛନ୍ତି ସନ୍ଧ୍ୟାରାଣୀ, ଡ୍ୟୁଟି ସରିବା ପରେ ନିଜ ଟ୍ରାଫିକ ପୋଷ୍ଟ ନିଜେ ସଫା କରୁଛନ୍ତି

ଭୁବନେଶ୍ବର: ପରିବେଶକୁ ସ୍ୱଚ୍ଛ କରିବା, ସୁସ୍ଥ ରହିବା ଏଭଳି ନାରାକୁ ସଂକଳ୍ପ କରି ଦେଶର କୋଣ ଅନୁକୋଣରେ ସ୍ୱଚ୍ଛ ଭାରତ ଗଢୁଛନ୍ତି ଅନେକ । ଏପରିକି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମାଜର ସଚେତନ ନାଗରିକମାନେ ସଂକଳ୍ପ ନେଇ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରୁଛନ୍ତି । ଆଉ ଏହାରି ଭିତରେ ଏମିତି ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି ଯିଏ ପୋଲିସ ଡ୍ୟୁଟି ସାରିବା ପରେ ପରିବେଶକୁ ସଫା ରଖିବା ପାଇଁ ପଣ କରିଛନ୍ତି ।


ଏ ହେଉଛନ୍ତି କଟକ ଚଣ୍ଡିଛକ ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ଥିବା ମହିଳା କନଷ୍ଟେବଳ ସନ୍ଧ୍ୟାରାଣୀ ସ୍ୱାଇଁ । ପ୍ରତିଦିନ ଡ୍ୟୁଟି ସାରିବାପରେ ଜଣେ ସାଧାରଣ ମଣିଣ ଭାବେ ସନ୍ଧ୍ୟାରାଣୀ ନିଜ ଟାଫିକ ପୋଷ୍ଟକୁ ପୂରାପୁରି ସଫାସୁତୁରା କରିଦିଅନ୍ତି । ତେବେ ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ଅନେକ ପରିବେଶକୁ ପର କରିଦେଉଥିବାବେଳେ ସନ୍ଧ୍ୟାରାଣୀଙ୍କ ଏହାକୁ ସଫା ରଖିବାକୁ ସଂକଳ୍ପ ନେଇଛନ୍ତି । ଆଉ ପୋଲିସ୍ କର୍ତ୍ତବ୍ୟକୁ ଯେଉଁ ନିଷ୍ଠାର ସହ କରିଥାନ୍ତି, ଠିକ୍ ସେମିତି ସ୍ୱଚ୍ଛତାରେ ମଧ୍ୟ ଦେଖାନ୍ତି ସନ୍ଧ୍ୟାରାଣୀ ।

ଅନ୍ୟପଟେ ତେବେ ସନ୍ଧ୍ୟାରାଣୀଙ୍କ ଏଭଳି ପରିବେଶ ପ୍ରେମକୁ ଅନେକ ପ୍ରଶଂସା କରିଥିବେଳେ ଖୋଦ୍ ପୋଲିସ୍ କମିଶନର ମଧ୍ୟ ଏହାକୁ ସାବାସି ଦେଇଛନ୍ତି । ସେଥିପାଇଁ ତ ସନ୍ଧ୍ୟାରାଣୀଙ୍କୁ ଏବେ ସୋସିଆଲ ମିଡ଼ିଆରେ ସ୍ୱଚ୍ଛତାର ପୂଜାରିଣୀ ବୋଲି କହୁଛନ୍ତି ଲୋକେ ।

ସମ୍ବନ୍ଧିତ ଖବର