ଭିଜିଲାନ୍ସ ଚଢଉ ଘଟଣା: ପଞ୍ଚମ ଦିନରେ ୩୮୩ ଗ୍ରାମ ସୁନା ଜବତ, ଅଧୀକ୍ଷଣ ଯନ୍ତ୍ରୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ଚର୍ଚିତ ଭିଜିଲାନ୍ସ ଚଢଉ ଘଟଣାର ଧିରେ ଧିରେ ପର୍ଦାଫାସ ହେବାକୁ ଲାଗିଛି। ଆଜି ପଞ୍ଚମ ଦିନରେ ଗୁଣୁପୁର ଠାରେ ରହିଥିବା ଆକ୍ସିସ ବ୍ୟାଙ୍କର ଲକରର ତଦନ୍ତ କରାଯାଇଥିଲା। ସେହି ଲକରରେ ଆଜି ୩୮୩ ଗ୍ରାମ ସୁନା ଜବତ କରାଯାଇଛି। ଏଥିରେ ୧୦ଟି ୧୦ ଗ୍ରାମର କଏନ, ୫ଟି ଚେନ, ଗୋଟିଏ ଯୋଡା ଚୁଡି ରହିଛଇ। ଭିଜିଲାନ୍‌ସ ବିଭାଗ ଆଶିଷ ଦାସଙ୍କୁ ଗିରଫ କରିଥିବା ଜଣାଯାଇଛି।

ତେବେ ମୋଟ ଜବତ ସୁନା ୧.୪୮୩ କିଲୋ ବୋଲି ଜଣାପଡିଛି। ଆଗକୁ ମଧ୍ୟ କେନ୍ଦୁଝର ଏବଂ ଭୁବନେଶ୍ବରରେ ଥିବା ବ୍ୟାଙ୍କଗୁଡିକ ଉପରେ ଚଢଉ କରାଯିବ ବୋଲି ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି। ଯେତେ ଖୋଜିଲେ ସେତେ ଧନ ବାହାରୁଛି। ଭିଜିଲାନସ ବିଭାଗର ନିଜ ହଜାଇ ଦେଇଛନ୍ତି ଅଧୀକ୍ଷଣ ଯନ୍ତ୍ରୀ। ଭିଜିଲାନସ ବିଭାଗ ଏତେ ଟଂକା ଏତେ ସୁନା ବାହାରିବ ବୋଲି କେବେ ମଧ୍ୟ ଚିନ୍ତା କରିନଥିଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା ମାଲକାନଗିରି ଜିଲ୍ଲାର ଏହି ଅଧୀକ୍ଷଣ ଯନ୍ତ୍ରୀଙ୍କ ଘଟଣାରେ ଦେଖିବାକୁ ମିଳିଛି। ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ କୋଟି କୋଟି ଟଂକା ଉଦ୍ଧାର ଏବଂ ସୁନା ଉଦ୍ଧାର ଘଟଣାରୁ ସ୍ପଷ୍ଟ ବାରି ହେଉଛି ଯେ ଗ୍ରାମ୍ୟ ନିର୍ମାଣ ଡିଭିଜନରେ କେତେ ସ୍ବଚ୍ଛକାମ ହେଉଛି। ଭିଜିଲାନସ ବିଭାଗ ତରଫରୁ ଆହୁରି ଖୋଳତାଡ ହେଲେ ବହୁ ଅଧିକାରୀ ଏଥିରେ ଫସିବେ ବୋଲି ଆଲୋଚନା ଜୋର ଧରିଛି।ଆଗକୁ ଆହୁରି କଣ କଣ ବାହାରୁଛି ଦେଖିବାକୁ ବାକି ରହିଲା।

 

ସମ୍ବନ୍ଧିତ ଖବର