ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୧୮-୧୯ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପିତ ହୋଇଛି। ତେଲ ଦର ବୃଦ୍ଧି ଓ ଶିକ୍ଷକଙ୍କ ଆନ୍ଦୋଳନ ଆଦି ପ୍ରସଙ୍ଗକୁ ନେଇ ବିଧାନସଭା ଆରମ୍ଭରୁ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହୋ ହଲ୍ଲା କରିବାରୁ ବାଚସ୍ପତି ପ୍ରଦୀପ୍ତ କୁମାର ଅମାତ ଗୃହକୁ ଦିନ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଥିଲେ। ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨ ହଜାର ୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ସମୟରେ ବିରୋଧୀ ଦଳଗୁଡ଼ିକ ପ୍ରବଳ ହଟ୍ଟଗୋଳ କରିଥିଲେ ମଧ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଅତିରିକ୍ତ ବଜେଟ୍‌ ଉପସ୍ଥାପିତ କରିଥିଲେ। ପରେ ବାଚଷ୍ପତି ଶ୍ରୀ ଅମାତ ଆସନ୍ତାକାଲି ଯାଏ ଗୃହକୁ ମିଲତବୀ ରଖିଛନ୍ତି।

ସମ୍ବନ୍ଧିତ ଖବର