ଖାଲି ପଡ଼ିଥିବା ଯୋଗାଣ ନିରୀକ୍ଷକ ପଦବି ଶୀଘ୍ର ପୂରଣ ହେବ: ମନ୍ତ୍ରୀ

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀପୁରରେ ସମ୍ବର୍ଦ୍ଧିତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଅନେକ ବ୍ଳକରେ ଯୋଗାଣ ନିରୀକ୍ଷକ ପଦବି ଖାଲି ପଡ଼ିଥିବା ବେଳେ ଏହା ପୂରଣ କରାଯିବା ସକାଶେ ତୁରନ୍ତ ଚେଷ୍ଟା କରାଯିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଏହା କହିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଅନେକ ଚାଲେଞ୍ଜ ରହିଛି। ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଣ ସବୁ ସମସ୍ୟା ରହିଛି, ସେସବୁ ବିଷୟରେ ଅବଗତ ହେବା ସହ ଚାଉଳ ବଣ୍ଟନ କିପରି ସୁରୁଖୁରୁରେ ହେବ ସେ ବିଷୟରେ ଆଲୋଚନା କରାଯିବ। କୃଷକମାନଙ୍କର ଯେମିତି କୌଣସି ଅସୁବିଧା ହେବନାହିଁ, ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଯେମିତି ଠିକ ସେ ପାଇବେ। ସେଥି ସକାଶେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ। ଏପରିକି ନୂଆସରକାର ଠିକ  ଭାବରେ ଭଲ ସେବା ଯୋଗାଇବ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

ଦୁଇ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ ଅବସରରେ ଥିବା ବେଳେ ଶ୍ରୀ ପାତ୍ର ଆଜି ଲକ୍ଷ୍ମୀପୁର ଠାରେ ପହଞ୍ଚି ଥିଲେ। ଦଳୀୟ କାର୍ଯ୍ୟାଳୟରେ ବିଜେପି କର୍ମୀମାନେ ତାଙ୍କୁ ପୁଷ୍ପଗୁଛ ପ୍ରଦାନ ସହ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଦଳୀୟ କର୍ମୀମାନେ ଏସ୍ଡ଼ିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ପାଛୋଟି ଆଣିବା ପରେ ବସଷ୍ଟାଣ୍ଡରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସେ କୋରାପୁଟ ଅଭିମୁଖେ ବାହାରିଥିଲେ।

ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ, ବିଜେପି ସାଂସଦ ପ୍ରାର୍ଥୀ କାଲିରାମ ମାଝୀ, ବିଜେପି ଜିଲା ସଭାପତି ସୁମନ୍ତ ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଓ୍ବାଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଲଦୀପ, ଜିଲା ଉପସଭାପତି ନକୂଳ ବିଷୋଇ,  ନିର୍ବାଚନ ମଣ୍ଡଳୀ ସଂଯୋଜକ ଅଗସ୍ତୀ ହାଲଓ୍ଵା, ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଉଦୟ ହିକକା, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ସାହୁ, ମଣ୍ଡଳ ସଭାପତି ଅନନ୍ତ ହୁଇକା, ଯୁବ ନେତା ଦେବ ଖରା, ପିକନ ସାହୁ, ସୁନୀଲ ସାହୁ, ଶରତ ପାତ୍ର, ମୁରଲୀ ତୁଳ, ମହିଳା ନେତ୍ରୀ କୁନ୍ତୀ ମୁଦୁଲି, ସଞ୍ଜନା ବିଡ଼ିକା ସ୍ୱପ୍ନା ଖୋସଲା ଟିମୁଲି ମାଣ୍ଡିଙ୍ଗୀଙ୍କ ସମେତ ନାରାୟପାଟଣା ଓ ବନ୍ଧୁଗାଁ ବ୍ଳକର ବ୍ଳକସ୍ତରୀୟ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର