କଟକ : ମାଟ୍ରିକ ପରୀକ୍ଷା ପ୍ରକାଶ ପାଇଲା । ଚଳିତ ବର୍ଷ ମୋଟ ୭୦.୭୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଟକ ବୋର୍ଡ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବରେ ଫଳ ପ୍ରକାଶ କରିଛନ୍ତି ବିଭାଗୀୟ ସଚିବ । ମିଳିଥିବା ସୂଚନା ଅନୁସାରେ, ଚଳିତ ମାଟ୍ରିକ ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହୋଇନାହାନ୍ତି ସେମାନେ ପୁଣି ଥରେ ଜୁନ ମାସରେ ପରକ୍ଷା ଦେବେ । ଅର୍ଥାତ ଆସନ୍ତା ମାସରେ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ହେବ ।
ରାଜ୍ୟରେ ମୋଟ ୮୨ ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି । ମାଟ୍ରିକ ପରୀକ୍ଷାରେ ମୋଟ୍ ୩ ଲକ୍ଷ ୯୭ ହଜାର ୧୨୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏପଟେ ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ପରୀକ୍ଷାରେ ଅଧିକ ଭଲ କରିଛନ୍ତି । ଏଥର ପରୀକ୍ଷାରେ ବାଜି ମାରିନେଲେ ଝିଅ । ଏଥର ବି ପଛରେ ପଡ଼ିଯାଇଛନ୍ତି ଛାତ୍ର । ୨ ଲକ୍ଷ ୫ ହଜାର ୪୭୦ ଝିଅ ପାସ କରିଥିବା ବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଛନ୍ତି । ନିଜର ପରୀକ୍ଷା ଫଳ ଛାତ୍ରଛାତ୍ରୀମାନେ ୱେବସାଇଟରେ ମଧ୍ୟ ଦେଖିପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Matric-Supplimetary-Exam_Thumbnail.jpg)