ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ । ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରି ୧୯,୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସ୍ବାସ୍ଥ୍ୟ ପାଇଁ ୨୩୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ପଞ୍ଚାୟତି ରାଜ ବିଭାଗ ପାଇଁ ସର୍ବାଧିକ ୩୬୨୪ କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ବିପର୍ଯ୍ୟୟ ପରିଚାଳନା ପାଇଁ ୧୬୨୩ କୋଟିର ବ୍ୟୟବରାଦ କରାଯାଇଛି । ଶକ୍ତି ବିଭାଗ ପାଇଁ ୨୧୪୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Advertisment

ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଉପସ୍ଥାପନ କରୁଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରୁଥିଲେ । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ସେମାନେ ସିବିଆଇ ତଦନ୍ତ ଦାବି କରି ହଟ୍ଟଗୋଳ କରୁଥିଲେ । ଅତିରିକ୍ତ ବଜେଟ ଉପସ୍ଥାପନ ହେବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତା କାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରିଦେଇଛନ୍ତି । ଗତ ଫେବ୍ରୁଆରି ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ।