ସୁନ୍ଦରଗଡ଼ : ନିଜ ପଦବିର ଅପବ୍ୟବହାର କରି କିରେଇ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଅମିତ ପଟେଲ ଭୋଟ୍ ମାଗୁଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ସଦର ବିଡିଓ ଶ୍ରୀ ପଟେଲଙ୍କୁ ସେହି ପଞ୍ଚାୟତରୁ ସୁନ୍ଦରଗଡ଼ ବ୍ଲକ କାର୍ଯ୍ୟାଳୟକୁ ହଟାଇ ଆଣିଛନ୍ତି। ଯୋଗାଣ ସହାୟକ ଅମିତ ବ୍ଲକ୍ ଅଞ୍ଚଳରେ ଆୟୋଜିତ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସହ ବସି ଖୋଲାଖୋଲି ନିର୍ବାଚନ ପ୍ରଚାର କରୁଥିବାର ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ବିରୋଧୀ ବିଜେପି ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲେ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ନିର୍ବାଚନ କମିସନ କଡ଼ା ମାର୍ଗଦର୍ଶିକା ଜାରି କରି ପ୍ରଶାସନର ଅଧିକାରୀ ବା କର୍ମଚାରୀ କୌଣସି ପ୍ରାର୍ଥୀଙ୍କ ସପକ୍ଷ କି ବିପକ୍ଷରେ ପ୍ରଚାର ନକରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି କର୍ମଚାରୀ ଏହାର ଖିଲାପ କଲେ ତାଙ୍କ ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନ ସତର୍କ କରାଇଛନ୍ତି। ଏହା ସତ୍ତ୍ବେ ଜଣେ ଯୋଗାଣ ସହାୟକ କିପରି ନିର୍ବାଚନୀ ସଭାରେ ବସି ପ୍ରଚାର କରୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଥିଲା। ଏହା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/6a0781df-adf7-4f49-8b2d-b59f82f6ecd6.jpg)