ବାରିପଦା : ଅମ୍ଫନରେ କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଚଢ଼ଉ

ବାରିପଦା : ସମ୍ଭାବ୍ୟ ମହାବାତ୍ୟା ଅମ୍ଫନ୍ ଆଳରେ କଳାବଜାରୀ ରୋକିବାକୁ ତତ୍ପର ହୋଇଉଠିଛି ଜିଲ୍ଲା ଯୋଗାଣ ବିଭାଗ। ଏନେଇ ଆଜି ଜିଲ୍ଲା ଯୋଗାଣ ଅଧିକାରୀ କିଶୋର କୁମାର ମହାରଣାଙ୍କ ନେତୃତ୍ବରେ ଏକ ଟିମ୍ ବାରିପଦା ପୌରାଞ୍ଚଳର ବିଭିନ୍ନ ପାଇକାରୀ ଓ ଖୁଚୁରା ଦୋକାନ ଯାଞ୍ଚ କରିଥିଲା। ଆଳୁ, ପିଆଜ ସହିତ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟକୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଦାମରେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସରରେ ଦୁଇ ଦୋକାନୀଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଥିବା ପ୍ରକାଶ। ଏହି ଅବସରରେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡା, ସର୍ବେଶ୍ବର ନାୟକ, ଓଜନ ଓ ମାପ ଅଧିକାରୀ ରାଜ କିଶୋର ମଲ୍ଲିକ, ଏମ୍ଆଇଆଇ ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର