ବାତ୍ୟା ସହାୟତା କାର୍ଯ୍ୟର ତଦାରଖ ପାଇଁ ବାଲେଶ୍ବର ଗଲେ ଯ଼ୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର :  ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ କରିବାକୁ ରାଜ୍ୟ ଖାଦ୍ୟ ଓ ଯ଼ୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାଲେଶ୍ବର ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ବାଲେଶ୍ବର ଯାଇଛନ୍ତି ।

ବାତ୍ୟା ୟାସ୍ କ୍ରମଶଃ ଦୁର୍ବଳ ହେଉଥିଲ ବି ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି । ଅନେକ ଲୋକ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏହା ସହିତ ଅନେକ ଗାଁକୁ ଯ଼ୋଗାଯ଼ୋଗ ବିଚ୍ଛିନ୍ନ ହୋଇଛି । ପୁନରୁଦ୍ଧାର କାର୍ଯ଼୍ୟରେ ସ୍ଥାନୀୟ ପ୍ରଶାସନ ସହ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ ନିୟୋଜିତ ଅଛନ୍ତି ।

ସମ୍ବନ୍ଧିତ ଖବର