ଭୁବନେଶ୍ୱର: ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ସମସ୍ୟା ସିଧାସଳଖ ବୁଝିବା ସହ ଏହାର ସମାଧାନ ମଧ୍ୟ କରିବେ । ଏହି ଫେସବୁକ ଏବଂ ଟ୍ୱିଟର ଲାଇଭ ଜରିଆରେ ପ୍ରତ୍ୟେକ ଜନସାଧାରଣ ନିଜର ଟ୍ୱିଟର ହ୍ୟାଣ୍ଡେଲ ଏବଂ ଫେସବୁକରେ #AskOdishaFoodMinister ହ୍ୟାସଟ୍ୟାଗ କରି ସିଧାସଳଖ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ସମସ୍ୟା ସଂପର୍କରେ ପଚାରିପାରିବେ । କିନ୍ତୁ ଜନତାଙ୍କୁ ଏଥିପାଇଁ ଚଳିତ ମାସ ୧୧ ତାରିଖ ସୁଦ୍ଧା ଉପରୋକ୍ତ ହ୍ୟାସଟ୍ୟାଗ ରେ ନିଜର ପ୍ରଶ୍ନ ରଖିବାକୁ ପଡ଼ିବ । ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ସେମାନେ ୧୩ ତାରିଖରେ ଫେସବୁକ ମାଧ୍ୟମରେ ପାଇପାରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ‘ମୋ ସରକାର’ ଏବଂ ‘୫ଟି’କୁ ଦୃଷ୍ଟିରେ ରଖି ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ ଓ ସମବାୟ ବିଭାଗ ପକ୍ଷରୁ ଏହିଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । କେବଳ ଏତିକି ନୁହେଁ ପ୍ରତ୍ୟେକ ଲୋକଙ୍କ ସହ କିପରି ସିଧାସଳଖ କଥା ହୋଇ ଏହାର ତତକ୍ଷଣାତ ସମାଧାନ କରାଯାଇ ପାରିବ ସେଥିପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି ।