ଭୁବନେଶ୍ବର : ଚଳିତ ମାସ ଜାତୀୟ ଏବଂ ଖାଦ୍ୟ ନିରାପତ୍ତା ଯୋଜନା ଅନ୍ତର୍ଗତରେ ୧୬ ଲକ୍ଷ ୭୬ ହଜାର ୩୩୧ କ୍ବିଣ୍ଟାଲ ଚାଉଳ ଯୋଗାଣ ହୋଇଛି। ଏଥିରୁ ୧୬ ଲକ୍ଷ ୧୨ ହଜାର ୪୨୪ କ୍ବିଣ୍ଟାଲ ଖାଉଟି ଗ୍ରହଣ କରିଥିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

Advertisment

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ସୂଚନା ଦିଆଯାଇଛି ଯେ ରାସନ କାର୍ଡରେ ବ୍ୟକ୍ତିଗତ ପରିବାର ଯୋଜନାରେ ୧୧ ଲକ୍ଷ ୭୭ ହଜାର ୬୨୪ କ୍ବିଣ୍ଟାଲରୁ ୧୧ ଲକ୍ଷ ୩୩ ହଜାର ୨୯୫ କ୍ବିଣ୍ଟାଲ, ଅନ୍ତୋଦୟ ଅନ୍ନ ଯୋଜନାରେ ୪ ଲକ୍ଷ ୩୭ ହଜାର ୬୯୪ କ୍ବିଣ୍ଟାଲରୁ ୪ ଲକ୍ଷ ୨୪ ହଜାର ୬୮୩ କ୍ବିଣ୍ଟାଲ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫୮ ହଜାର ୪୩୮ କ୍ବିଣ୍ଟାଲରୁ ୫୨ ହଜାର ୮୧୯ କ୍ବିଣ୍ଟାଲ ଚାଉଳ ଖାଉଟି ନେଇଛନ୍ତି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ କଲ୍ୟାଣ ଯୋଜନାରେ କୌଣସି ଚାଉଳ ଦିଆଯାଇ ନାହିଁ। ଜିଲ୍ଲାୱାରି ଏହାର ସୂଚନା ଦିଆଯାଇଛି। ଯେଉଁ ମାସର ଚାଉଳ ବଳକା ପଡ଼ୁଛି, ପରବର୍ତ୍ତୀ ମାସରେ କୋଟା ହିସାବରେ ଭରଣା କରାଯାଉଛି।