ବାତ୍ୟା ‌ସତ୍ତ୍ବେ ଅକ୍ସିଜେନ୍‌ ଯୋଗାଣ ଜାରି, ଓଡ଼ିଶା ସୃଷ୍ଟି କଲା ଉଦାହରଣ

କଟକ : ଦେଶ କରୋନାର ଦ୍ବିତୀୟ ଲହରକୁ ମୁକାବିଲା କରୁଥିବା ବେଳେ ସେଥିରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ବିପଦର ବନ୍ଧୁ ହୋଇ ଠିଆ ହୋଇଛି ଓଡ଼ିଶା। ମାତ ୩୪ ଦିନରେ ୧୮ଟି ରାଜ୍ୟକୁ ୨୨ ହଜାର ମେଟ୍ରିକ ଟନ ଅକ୍ସିଜେନ ଯୋଗାଣ କରି ରେକର୍ଡ ସୃଷ୍ଟି କରିଛି। ଗତକାଲି ଓ ଆଜି ବାତ୍ୟା ‘ୟାସ୍‌’ର ପ୍ରଭାବ ସତ୍ତ୍ବେ ଓଡ଼ିଶା ପୁଲିସ ସହଯୋଗ‌ରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଅବ୍ୟାହତ ରହିଛି।

ସୂଚନା ଅନୁସାରେ, ଆଜି ସୁଦ୍ଧା ୧୨୨୬ ଟ୍ୟାଙ୍କର ଯୋଗେ ୨୨ ହଜାର ୫୪୨ ମେଟ୍ରିକ ଟନ୍ ଅକ୍ସି‌ଜେନ୍‌ ଯୋଗାଣ ହୋଇଛି। ରାଉରକେଲା, ଯାଜପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରୁ ଏହି ଅକ୍ସିଜେନ୍‌ ଯୋଗାଣ କରାଯାଉଛି। ଅନୁଗୁଳ ଜିଲ୍ଲାରୁ ୧୧୧ଟ୍ୟାଙ୍କର ଯୋଗେ ୧୮୦୧.୩୪୨ ମେଟ୍ରିକ ଟନ୍‌, ଢେଙ୍କାନାଳରୁ ୪୩୯୮.୮ ‌ମେଟ୍ରିକ ଟନ୍‌, ଯାଜପୁରରୁ ୫୪୧୪.୩୪୭ ମେଟ୍ରିକ ଟନ୍‌ ଓ ରାଉରକେଲାରୁ ସର୍ବାଧିକ ୧୦୯୮୨.୪୦୬ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ଯୋଗାଣ ‌ହୋଇଛି। ଆନ୍ଧ୍ରପ୍ରଦେଶକୁ ୩୭୧ଟି ଟ୍ୟାଙ୍କରରେ ୭୨୯୪.୭୯୪ ମେଟ୍ରିକ ଟନ୍‌, ତେଲେଙ୍ଗାନାକୁ ୧୧୬ଟି ଟ୍ୟାଙ୍କରରେ ୨୦୫୫.୪୭୭, ହରିୟାନାକୁ ୧୬୬ଟି ଟ୍ୟାଙ୍କରରେ ୩୦୮୮.୯୧୩, ମହାରାଷ୍ଟ୍ରକୁ ୪୧ଟି ଟ୍ୟାଙ୍କର ଯୋଗେ ୬୬୦.୦୫୧, ଛତିଶଗଡକୁ ୩୯ଟି ଟ୍ୟାଙ୍କର ଯୋଗେ ୬୨୯.୩୨୧, ଉତ୍ତରପ୍ରଦେଶକୁ ୬୦ଟି ଟ୍ୟାଙ୍କର ଯୋଗେ ୧୧୯୬..୪୬୨ ମେଟ୍ରିକ ଟନ୍‌, ମଧ୍ୟପ୍ରଦେଶକୁ ୬୬ଟି ଟ୍ୟାଙ୍କର ଯୋଗେ ୧୧୬୩.୯୭ ମେଟ୍ରିକ ଟନ୍‌, ଦିଲ୍ଲୀକୁ ୨୨ଟି ଟ୍ୟାଙ୍କର ଯୋଗେ ୪୧୦.୨୪ ମେଟ୍ରିକ ଟନ୍‌, ପଞ୍ଜାବକୁ ୪ଟି ଟ୍ୟାଙ୍କର ‌ଯୋଗେ ୧୦୭.୮୯, କର୍ଣ୍ଣାଟକକୁ ୮ଟି ଟ୍ୟାଙ୍କର ଯୋଗେ ୧୫୧.୧୨, ବିହାରକୁ ୩ଟି ଟ୍ୟାଙ୍କର ଯୋଗେ ୬୬.୧୪, ଛତିଶଗଡ଼କୁ ୨ଟି ଟ୍ୟାଙ୍କର ଯୋଗେ ୨୫.୨୯, କ‌େରଳକୁ ୭ଟି ଟ୍ୟାଙ୍କର ଯୋଗେ ୧୨୬.୩୮୮, ରାଜସ୍ଥାନକୁ ୨ଟି ଟ୍ୟାଙ୍କର ଯୋଗେ ୩୯.୪୨ ମେଟ୍ରିକ ଟନ୍‌ ଅକ୍ସିଜେନ୍ ଯୋଗାଣ କରାଯାଇଛି।

ସମ୍ବନ୍ଧିତ ଖବର