ହାଟଡିହି: ହୋଇଛନ୍ତି। ମହିଳା ଓ ଶିଶୁମାନେ ମଧ୍ୟ ଦିନତମାମ ବାଲି ଭିତରେ ବସିଥିବା ଦେଖିବାକୁ ମିଳିଥିଲା। ଆଜିର ସତ୍ୟାଗ୍ରହରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ମହାନଦୀ ବଞ୍ଚାଅ ଆନ୍ଦୋଳନର ସଭାପତି ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ, ବ୍ରାହ୍ମଣୀ ନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଅକ୍ଷୟ ଜେନା, ଦୟାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସଚ୍ଚିକାନ୍ତ ପ୍ରଧାନ ଯୋଗ ଦେଇ ଗ୍ରାମବାସୀଙ୍କ ପଦକ୍ଷେପକୁ ସ୍ୱାଗତ କରିଥିଲେ। ଗାଁ ଲୋକେ ତିନିଦିନ ହେଲା ଆନ୍ଦୋଳନ ଚଳାଇଥିଲେ ବି ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିନାହିଁ। ଯେପରି ଭାବେ ଏଠାରୁ ବାଲି ଲୁଟ୍ ହେଉଛି, ସେମିତି ଚାଲୁ ରହିଲେ ଅଳ୍ପଦିନ ଭିତରେ ନଦୀର ମୃତ୍ୟୁ ସୁନିଶ୍ଚିତ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ସଭାପତି ସୁଦର୍ଶନ ଦାସ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଏଥିପ୍ରତି ଗୁରୁତ୍ୱ ଦେଇ ବେଆଇନ ବାଲିଘାଟକୁ ବନ୍ଦ କରନ୍ତୁ। ସରକାର ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ପଲ୍ଲୀରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିବ ବୋଲି ସେ ସତର୍କ କରାଇଦେଇଥିଲେ। ସେହିପରି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ସରକାରୀ ଅଧିକାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବାଲି ଲୁଟ୍ ଚାଲିଛି ବୋଲି ଅଭିଯୋଗ ଆଣିଥିଲେ। ଆସନ୍ତାକାଲି ସୁଦ୍ଧା ସତ୍ୟାଗ୍ରହସ୍ଥଳକୁ ଯଦି ଜିଲ୍ଲାପାଳ ନ ଆସନ୍ତି ତେବେ ସାରା ଜିଲ୍ଲାର ୧୩ଟି ଯାକ ତହସିଲରେ ସତ୍ୟାଗ୍ରହ ପ୍ରତିବାଦ କରାଯିବ ବୋଲି ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ପକ୍ଷରୁ ଯଜ୍ଞପ୍ରସାଦ ସାହୁ ଚେତାବନୀ ଦେଇଛନ୍ତି।
ବାଲି ସତ୍ୟାଗ୍ରହକୁ ସମର୍ଥନ
ବୈତରଣୀ ନଦୀର ସୁରକ୍ଷା ତଥା ସ୍ଥାନୀୟ କରଗୋଳା ଘାଟରୁ ବାଲି ଲୁଟ୍ ପ୍ରତିବାଦରେ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ଏହି ସତ୍ୟାଗ୍ରହରେ ଆଜି ୪ ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ସାମିଲ...
/sambad/media/media_files/2025/10/27/untitled-7-2025-10-27-06-12-24.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)