ସୁନ୍ଦରଗଡ଼: ଅକ୍ଟୋବର ୨ ଜାତିର ପିତା ମହାତ୍ମାଗାନ୍ଧୀଙ୍କ  ଜୟନ୍ତୀ  ଅବସରରେ ସୁନ୍ଦରଗଡ଼ ଜିଲ୍ଲା  କଂଗ୍ରେସ ତରଫରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Advertisment

ଦଳୀୟ ନେତା ଓ କର୍ମୀ ପଦଯାତ୍ରାରେ ଆସି ପ୍ରଥମେ ଶଙ୍କରା ପାରିଜାତ ପାର୍କ ନିକଟ ଛକରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ମଧ୍ଯ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଜିଲ୍ଲା ସଭାପତି ନିର୍ମଳ ନାଏକ ବକ୍ତବ୍ଯ ରଖି ଗାନ୍ଧୀଙ୍କ ଶାନ୍ତି ଓ ଅହିଂସାର ବିଚାରଧାରାକୁ ଏବେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦମନ କରିବାକୁ ଚେଷ୍ଟା ଚଲାଇଥିବା ପ୍ରକାଶ କରିଥିଲେ। ଦେଶକୁ ସ୍ବାଧୀନ କରିଥିବା ଗାନ୍ଧୀଙ୍କୁ ନିନ୍ଦା, ସମାଲୋଚନା କରିବା ହାସ୍ୟାସ୍ପଦ ବୋଲି କହିଥିଲେ।

Suppression of the ideology of peace and non-violence continues: Congress' march on Gandhi Jayanti
Suppression of the ideology of peace and non-violence continues: Congress' march on Gandhi Jayanti

ତେଣୁ ଦଳୀୟ ନେତୃତ୍ବର ନିର୍ଦ୍ଦେଶ କ୍ରମେ ବ୍ଲକ ସ୍ତରରେ ଗାନ୍ଧୀ ଜୟନ୍ତୀ ପାଳନ କରି ତାଙ୍କର ନୀତି ଆଦର୍ଶ ଏବଂ ବିଚାରଧାରା କୁ ଆହୁରି ଆଗକୁ ନେବା ପାଇଁ ଆଜି ଆମେ ଶପଥ ନେଇଛୁ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ନାଏକ।


ଡମ୍ବରୁଧର ନାଏକ