ସାକ୍ଷୀଗୋପାଳ: ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଞ୍ଜୀବ ଖାନ୍ନା ଆଜି ପୁରୀ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଦୁଗଲ ପଞ୍ଚାୟତ ଅଠାଇଶ ଗ୍ରାମର କିଛି ଭୂମିହୀନ ପରିବାର ଲୋକଙ୍କୁ ଭେଟିଥିଲେ। ସେମାନଙ୍କ ପାଖକୁ ଯାଇ ସେମାନଙ୍କର ମୌଳିକ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଦୀର୍ଘ ବର୍ଷ ହେଲା ସେଠାରେ ପଲିଥିନ୍ ତଳେ କଚ୍ଚା ଘରେ ରହୁଥିବା ଏହି ଭୂମିହୀନ ପରିବାରଙ୍କୁ ସ୍ଥାୟୀ ଜମି, ପକ୍କାଘର, ଜାତିଗତ ପ୍ରମାଣପତ୍ର ମିଳୁନଥିବା ସେମାନେ ବିଚାରପତିଙ୍କୁ ଅଭିଯୋଗ କରିଥିଲେ।
ସେହିପରି ସତ୍ୟବାଦୀ ଗ୍ରାମୀଣ ଆଇନ ସେବାକେନ୍ଦ୍ର ପରିଦର୍ଶନ କରି ସ୍ଥାନୀୟ ଆଇନ ସେବା ପ୍ରଦାନକାରୀମାନଙ୍କ ସହ ଆଲୋଚନା କରିଥିଲେ। ବ୍ଲକ୍ ସଭାଗୃହରେ ବିଭିନ୍ନ ବର୍ଗର ଲୋକଙ୍କଠାରୁ ମାଗଣା ଆଇନ ସେବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ବିଚାରପତି ଶ୍ରୀ ଖାନ୍ନା ଓ ପତ୍ନୀ ଆଶା ଖାନ୍ନା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଗସ୍ତ ସମୟରେ ବିଚାରପତିଙ୍କ ସ୍ୱତନ୍ତ୍ର ଅଧିକାରୀ ଶ୍ରେୟା ଆରୋରା ମେହେଟ୍ଟା, ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ସୁଦୀପ୍ତ ଆଚାର୍ଯ୍ୟ, ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଜନ୍ତା ଷଡ଼ଙ୍ଗୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମିତ କୁମାର ବାରିକ, ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ବାଳ ଓ ଆଇନ ସେବା ପ୍ରାଧିକରଣ କର୍ମଚାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dgdgdagad.jpg)