ପୁରୀ : ସୁପ୍ରିମକୋର୍ଟ ଗତ ୮ ତାରିଖ ଦିନ ଶ୍ରୀମନ୍ଦିରରେ ଦାନ ଅର୍ଥ ସେବାୟତ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଏ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଥିଲା। ତେବେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟ ନିର୍ଦେଶ କାର୍ଯ୍ୟକାରୀ ହେବାର ଦିନକ ପରେ ଆଜି ହଠାତ୍ ଦାନର ପରିମାଣ ନିୟମିତ ହୁଣ୍ଡି ଆୟର ୩ ଗୁଣା ବଢିଥିବା ପରିଲକ୍ଷିତ ହୋଇଛି। ଆଜି ହୁଣ୍ଡରୁ ୧୦ଲକ୍ଷ ୪୭ ହଜାର ୫୦୧ ଟଙ୍କା ଆୟ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଚଳିତ ବର୍ଷ ଏହାକୁ ହୁଣ୍ଡିର ସର୍ବାଧିକ ଆୟ ବୋଲି କୁହାଯାଉଛି। ଆଜି ହୁଣ୍ଡିରୁ ୧୧ ଗ୍ରାମ ୮୪୦ ମିଲିଗ୍ରାମ ସୁନା ଓ ୯୨ ଗ୍ରାମ ରୁପା ମିଳିଛି। ଆଜି ଗୋଟିଏ ଦିନରେ ହଠାତ୍ ହୁଣ୍ଡିରୁ ଆୟ ୧୦ଲକ୍ଷ ଟଙ୍କା ଅତିକ୍ରମ କରିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରଭାବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଭକ୍ତମାନେ ଦାନ ଦେବାକୁ ଚାହୁଁଥିଲେ। ଦ୍ଵନ୍ଦ୍ୱ ଯୋଗୁଁ ହୁଣ୍ଡିରେ ଦାନ ଦେବାକୁ ଆଗ୍ରହ ପ୍ରକାଶ କରୁନଥିଲେ। ମାତ୍ର ହୁଣ୍ଡି ଅର୍ଥ ସେବକ ନେଇ ପାରିବେ ନାହିଁ, ଏହା ମହାପ୍ରଭୁଙ୍କ କାମରେ ଲାଗିବ ଏ କଥା ସ୍ପଷ୍ଟ ହେବା ପରେ ଏଭଳି ଦାନ ବଢିଥିବା କୁହାଯାଉଛି।
ଶ୍ରୀମନ୍ଦିର ଦାନ ଉପରେ ସୁପ୍ରିମକୋର୍ଟଙ୍କ କଟକଣାର ପ୍ରଭାବ : ବଢ଼ିଲା ଦାନ, ହୁଣ୍ଡିରୁ ଆୟ ୧୦ଲକ୍ଷ ଟପିଲା
/sambad/media/post_attachments/wp-content/uploads/2018/06/dana-box.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)