ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ବିଭ୍ରାଟ ହେଲେ କାର୍ଯ୍ୟାନୁଷ୍ଠାନ

୨୨ଟି ନିର୍ଦେଶନାମା ଜାରି, ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ
ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ କର
ନିର୍ମାଣ ହେବ ସ୍କୁଲ, ଆୟବ୍ୟୟ ତଥ୍ୟ ମାଗିଲେ

ଭୁବନେଶ୍ବର : କୌଣସି ସେବକ ମହାପ୍ରଭୁଙ୍କ ସେବାପୂଜା ନୀତିକୁ ଏକ ମିନିଟ୍ ପାଇଁ ବି ଅଟକାଇ ପାରିବେ ନାହିଁ। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଅନୁସୃତ ନୀତି, ଯାହା ଶ୍ରୀମନ୍ଦିରରେ ଚାଲୁ ରହିଛି, ତାହା ଅବଶ୍ୟ ପାଳନ ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତ୍ୟକ୍ଷ ଯାଞ୍ଚ କରି ମହାପ୍ରଭୁଙ୍କ ସେବା ପୂଜାକୁ ନିଶ୍ଚିତ କରିବା ଦରକାର। ସୁପ୍ରିମକୋର୍ଟ‌ର ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ମାମଲାର ଅନ୍ତରୀଣ ଆଦେଶରେ ଏଭଳି କଠୋର ଆଭିମୁଖ୍ୟ ରଖିଛନ୍ତି। ୨୨ଟି ନିର୍ଦେଶନାମା ଜରିଆରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗ ଠାରୁ ଆରମ୍ଭ କରି ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ସ୍କୁଲ ସ୍ଥାପନା, ଶୃଙ୍ଖଳିତ ଦର୍ଶନ, ଦେଶରେ ଶ୍ରୀଜଗନ୍ନାଥଙ୍କର କେତେ ଜମିବାଡ଼ି ଓ ଖଣିଖଦାନ ରହିଛି ସେଗୁଡ଼ିକୁ ଚିହ୍ନଟ କରି ସେଥିରୁ କେତେ ଆୟ ଓ ବ୍ୟୟ ହେଉଛି ତାହାର ପୂର୍ଣ୍ଣ ବିବରଣୀ ଆଦି ସଂପର୍କରେ ନିଜ ଆଭିମୁଖ୍ୟ ରଖିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରର ସୁପରିଚାଳନା ଲାଗି ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିବା ଲାଗି ମଧ୍ୟ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଉଚ୍ଚତମ ନ୍ୟାୟାଳୟ ତାଙ୍କ ରାୟରେ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ରଖି କହିଛନ୍ତି ଯେ ଡିସେମ୍ବର ୨୮ ତାରିଖ ଦିନ ଭିତରଚ୍ଛ ସକାଳ ସାଢେ ଚାରିଟାରେ ମନ୍ଦିର େଖାଲିବାର ଥିଲା। ମାତ୍ର ପୁଲିସ ସହିତ ତାଙ୍କର ବ୍ୟକ୍ତିଗତ ତିକ୍ତତା କାରଣରୁ ସେ ମହାପ୍ରଭୁଙ୍କ ଦ୍ବାର େଖାଲିଲେ ନାହିଁ। ଏହା ଅକ୍ଷମଣୀୟ। ମହାପ୍ରଭୁଙ୍କର ନୀତିକୁ ଅବରୋଧ କରିବାର ଅଧିକାର କୌଣସି ବ୍ୟକ୍ତିଙ୍କର ନାହିଁ। ଏପରିକି ଗୋଟିଏ ମିନିଟ ବି ନୁହେଁ। କାରଣ, ଦୈନିକ ହାରାହାରି ୬୦ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଏହା କୁଶାସନକୁ ଇଙ୍ଗିତ କରୁଛି େବାଲି େକାର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଶୃଙ୍ଖଳା ପାଇଁ କୌଣସି ବ୍ୟବସ୍ଥା ନଥିବା ସଂକ୍ରାନ୍ତରେ ଅସନ୍ତୋଷ ଝାଡିଛନ୍ତି। ଏଥିସହିତ ନୀତିକାନ୍ତି ବିଳମ୍ବ ଓ ବିଭ୍ରାଟ ଯୋଗୁଁ ଜଗନ୍ନାଥ ମହାପ୍ରଭୁ ୧୨ ଘଣ୍ଟା ଉପାସ ଓ ମହାପ୍ରସାଦ ଭୋଗର ବିଳମ୍ବ ଲାଗି ଦାୟୀ ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନଷ୍ଠାନ ନେବା ପାଇଁ ନ୍ୟାୟଳୟ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦେଇଛନ୍ତି।

ତାଙ୍କର ୫୭ ପୃଷ୍ଠାର ଅନ୍ତରୀଣ ନିର୍ଦେଶନାମାରେ େକାର୍ଟ କହିଛନ୍ତି ଯେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଠାକୁରଙ୍କ ନୀତିକୁ ନେଇ ଉଦବେଗ ପ୍ରକାଶ କରି ଆସୁଛନ୍ତି। ଠାକୁରଙ୍କ େକଉଁ ନୀତି କିଭଳି ସମାହିତ ହେବ, ତାହା େକାର୍ଟ ଧାର୍ଯ୍ୟ କରିବେ ନାହିଁ। କିନ୍ତୁ େଯଉଁ ନୀତି ଶ୍ରୀମନ୍ଦିରରେ ଅନୁସୃତ ତାହାର ଶତ ପ୍ରତିଶତ ଅନୁପାଳନ ହେବା ଉଚିତ୍। ଠିକ୍ ସମୟରେ ତଥା ନିୟମିତ ଭାବେ ତଥା ବିନା ବାଧାବିଘ୍ନରେ ନୀତିକାନ୍ତି େଯଭଳି ସମାପନ ହେବ, ତା ଉପରେ େକାର୍ଟ ଗୁରୁତ୍ବାରୋପ କରିଛନ୍ତି। ମନ୍ଦିର ପରିଚାଳନା କମିଟି ଦୈନନ୍ଦିନ ଏହାକୁ ଯାଞ୍ଚ କରି ନୀତି େଯଭଳି ଶୃଙ୍ଖଳିତ ହୁଏ, ତାହାକୁ ନିଶ୍ଚିତ କରିବା ଲାଗି େକାର୍ଟ କହିଛନ୍ତି।

ମଧ୍ୟବର୍ତିକାଳୀନ ରାୟରେ ଆହୁରି କୁହାଯାଇଛି, ସେବକଙ୍କର ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟର ଆବଶ୍ୟକତା ରହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ଏଥିପାଇଁ ଉପଯୁକ୍ତ ସ୍ଥାନ େଯାଗାଇଦେବା ଦେବା ଦରକାର। ଏହି ବିଦ୍ୟାଳୟରେ ଅନ୍ୟମାନେ ମଧ୍ୟ ପଢିପାରିବେ। କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ୫ େକାଟି ଟଙ୍କା (୨୦୧୬ର ଏକ ମାମଲାରେ) େକାର୍ଟଙ୍କ ନିକଟରେ ମହଜୁଦ ରହିଛି। ସୁଧ ସହିତ ଏହି ଅର୍ଥ ବିଦ୍ୟାଳୟର ଭିତ୍ତିଭୂମି ବାବଦରେ ଖର୍ଚ୍ଚ ହେବ। ଏ ସଂକ୍ରାନ୍ତ କାମ କେତେବାଟ ଗଲା, ତାହା େକାର୍ଟଙ୍କୁ ଜଣାଇବାକୁ କୁହାଯାଇଛି।

ମହାପ୍ରଭୁଙ୍କ ନାମରେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଜମି ରହିଛି। ଆମିକସ କ୍ୟୁରିଙ୍କ ରିେପାର୍ଟ ଅନୁସାରେ, ଏହାର ପରିମାଣ ୬୦ ହଜାର ୪୧୮ ଏକର। ଏଥିରୁ ମାତ୍ର ୩୪ ହଜାର ୨୦୦ ଏକର ୯୭୬ ଡିସିମିଲ ଜମିର େରକର୍ଡ ଅଫ୍ ରାଇଟ୍ସ ରହିଛି। ୬ ମାସ ମଧ୍ୟରେ ବାକି ଜମି ମହାପ୍ରଭୁଙ୍କ ନାମକୁ ଆଣିବା ସହିତ େକାର୍ଟକୁ ଜଣାଇବାକୁ ଆଜି ଅଦାଲତ ନିର୍ଦେଶ ଦେଇଛନ୍ତି। ମହାପ୍ରଭୁଙ୍କ ସବୁ ସଂପତ୍ତିକୁ ତାଲିକାଭୁକ୍ତ କରିବା ସହ ଏଥିରୁ କେତେ ଟଙ୍କା େରାଜଗାର ହେଉଛି, ତାହା ଜଣାଇବାକୁ ମଧ୍ୟ କୁହାଯାଇଛି।

େକାର୍ଟ ଆହୁରି କହିଛନ୍ତି ଯେ ଆମିକସ କ୍ୟୁରିଙ୍କ ରିେପାର୍ଟରେ କୁହାଯାଇଛି େଯ ଶ୍ରୀଜଗନ୍ନାଥଙ୍କ ନାମରେ ଅନେକ ଖଣି ଓ କ୍ବାରି ରହିଛି। ହେଲେ ଟଙ୍କା ମିଳୁନି, କିନ୍ତୁ ଏସବୁରୁ ଅନେକ କାର୍ଯ୍ୟକ୍ଷମ ରହିଛି। ଏହାର ତାଲିକା କରିବା ସହିତ କେଉଁମାନେ ଏହାକୁ ପରିଚାଳନା କରୁଛନ୍ତି, ମନ୍ଦିର କେତେ ଆୟ ପାଉଛି, କେତେ ପ୍ରାପ୍ୟ ଅନାଦେୟ ବା ବକେୟା ରହିଛି, ତାହା ଶ୍ରୀମନ୍ଦିର ପ୍ରଶାସନ ଅଦାଲତଙ୍କୁ ଜଣାଇବ।

େକାର୍ଟ ଉଦବେଗର ସହିତ କହିଛନ୍ତି, ଦୈନିକ ଯେତିକି ଭକ୍ତ ଆସୁଛନ୍ତି, ସେମାନେ ରହିବା ପାଇଁ ମନ୍ଦିର ପରିଚାଳନା କମିଟି କୌଣସି ବ୍ୟବସ୍ଥା କରିନାହିଁ। ପୂର୍ବତନ ରାଜ୍ୟପାଳ ବି ଡି ଶର୍ମାଙ୍କ ରିେପାର୍ଟରେ ୬୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ସୁପାରିସ େହାଇଥିଲା। କେବଳ ଶ୍ରୀମନ୍ଦିର ପ୍ରଶାସନ ନୁହେଁ, ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ରାଜ୍ୟ ସରକାର ଏ େନଇ େଯାଜନା କରିବାକୁ ନିର୍ଦେଶ ଦିଆଯାଇଛି। େକାର୍ଟ ଆହୁରି କହିଛନ୍ତି ଯେ ଠାକୁରଙ୍କ ନୀତିକାନ୍ତି ପାଇଁ େଯାଗ୍ୟ ତଥା ଶିକ୍ଷିତ ସେବକଙ୍କ ଆବଶ୍ୟକତା ରହିଛି। ପରିଚାଳନା କମିଟି ପ୍ରଶିକ୍ଷଣ ସହ ଏହାକୁ ନିଶ୍ଚିତ କରିବା ଦରକାର େଯ ସେବା ପୂଜାରେ କେବଳ ଶିକ୍ଷିତ ସେବକ ହିଁ ସ୍ଥାନ ପାଇବେ।

ସେବକଙ୍କ ଅର୍ଥନୈତିକ ସ୍ଥିତି େନଇ ମଧ୍ୟ େକାର୍ଟ ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ େଦଖିବା କଥା େଯ ସେବକମାନେ ଯେଭଳି ଆର୍ଥିକ ଦୃଷ୍ଟିେକାଣରୁ ସ୍ବଚ୍ଛଳ ରୁହନ୍ତି। କିନ୍ତୁ ଏକଥା ବି ଦେଖାଯିବା ଉଚିତ୍ େଯ କୌଣସି ଜଣେ ବି ଭକ୍ତଙ୍କୁ ଚାନ୍ଦା ବା ହୁଣ୍ଡି ନାମରେ ହଇରାଣ କରାଯିବ ନାହିଁ। ସେବାୟତଙ୍କ ଦରମା ଓ ତାଙ୍କ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ପଦକ୍ଷେପ ନେବା ଉପରେ େକାର୍ଟ ଗୁରୁତ୍ବ େଦଇଛନ୍ତି।

କୌଣସି ପରିସ୍ଥିତିରେ ବି ସେବକମାନେ ତାଙ୍କ ପାଇଁ ଉଦ୍ଦିଷ୍ଟ ସେବା ପୂଜା ବା ଦାୟିତ୍ବକୁ ଅନ୍ୟକୁ ହସ୍ତାନ୍ତର କରିପାରିବେ ନାହିଁ େବାଲି େକାର୍ଟ ତାଗିଦ୍ କରିବା ସହିତ େରାଷଘର ସ୍ବଚ୍ଛତା େନଇ ବି ଅସନ୍ତୋଷ ଜାହିର କରିଛନ୍ତି। କହିଛନ୍ତି, େଯ କୌଣସି ମୂଲ୍ୟରେ େରାଷଘର ପରିଷ୍କାର ପରିଚ୍ଛନ୍ନତା ରହିବା ଦରକାର। େରାଷଘର ବାହାରେ ପ୍ରସ୍ତୁତ ଖାଦ୍ୟ ଉପରେ େକାର୍ଟ କଟକଣା କରିବା ସହିତ ଏଏସ୍‌ଆଇ ଆବଶ୍ୟକ ପ୍ରକୋଷ୍ଠ ନିର୍ମାଣ କରିବା ଲାଗି ନିର୍ଦେଶ ଦେଇଛନ୍ତି। ସେହିଭଳି ଆନନ୍ଦବଜାରରେ ସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ତଥା ଉଚିତ ମୂଲ୍ୟରେ େଯଭଳି ମହାପ୍ରସାଦ ବିକ୍ରି ହୁଏ, ତାହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଶ୍ଚିତ କରିବା ଲାଗି େକାର୍ଟ କହିଛନ୍ତି।

ସେବକ ଓ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବ୍ୟବସ୍ଥା େହାଇଥିବା କଥା କୁହାଯାଇଛି। ଏହାଦ୍ବାରା ଅଣସେବକଙ୍କୁ େରାକାଯାଇପାରିବ େବାଲି େକାର୍ଟ ମତ ରଖିଛନ୍ତି। ବିଡି ଶର୍ମାଙ୍କ ସୁପାରିସ ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନକୁ ଏକ ଡାଏରି ଫାର୍ମ େଖାଲିବା ଲାଗି ନିର୍ଦେଶ େଦଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ େଯଭଳି ଶୃଙ୍ଖଳିତ ଭାବେ ହେବ, ବୟସ୍କ, ଭିନ୍ନକ୍ଷମ ତଥା ପିଲାମାନେ େଯଭଳି ସୁବିଧା ଦର୍ଶନ କରିପାରିବେ ତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାେରାପ କରିଛନ୍ତି। ବିେଶଷଜ୍ଞଙ୍କ ପରାମର୍ଶକ୍ରମେ େରାଡ୍ ମ୍ୟାପ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶନାମାରେ କୁହାଯାଇଛି।

କୋର୍ଟ କହିଛନ୍ତି ଯେ କିଛି େକ୍ଷତ୍ରରେ ମହିଳାମାନଙ୍କୁ ଅସଦାଚରଣ ରିେପାର୍ଟ େହାଇଛି। ସେମାନଙ୍କ ଅଳଙ୍କାର ଛିଡାଇ ନିଆଯାଇଛି। କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବ ନାହିଁ ଓ ଯିଏ ବି େହାଇଥାଉ, ତାଙ୍କୁ ବିଦା କରାଯିବା ଦରକାର। ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଦରକାର, ଯେମିତିକି ଜଣେ ବି ମହିଳା ଅସଦାଚରଣର ଶିକାର ନହୁଅନ୍ତି। ଏଭଳି ଘଟଣା ଘଟିଲେ ଉଭୟ ଶ୍ରୀ ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତିର ଅସମ୍ମାନ େହଉଛି। ପୁଲିସ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର।

ମହାପ୍ରଭୁଙ୍କୁ ଭକ୍ତମାନେ ଦେଉଥିବା ସୁନା ଅଳଙ୍କାରର କିଭଳି ତାଲିକାଭୁକ୍ତ ହେଉଛି, ତାହା ଜାଣିବା ଲାଗି େକାର୍ଟ ଆଗ୍ରହ େଦଖାଇଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଆମିକସ କ୍ୟୁରି େଯଉଁ ସୁପାରିସ କରିଛନ୍ତି େସ ସଂକ୍ରାନ୍ତ ପଦକ୍ଷେପ ନେବା ଲାଗି େକାର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମହିଳା ଓ ପୁରୁଷଙ୍କ ପାଇଁ ପର୍ଯ୍ୟାପ୍ତ ଓ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ଥିବା ଶୌଚାଳୟ ନିର୍ମାଣ ଲାଗି େକାର୍ଟ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ସାମଗ୍ରୀ ରଖିବା ପାଇଁ ଘର, ୪ମାସ ମଧ୍ୟରେ ମୋଟର ସାଇକଲ୍ ଷ୍ଟାଣ୍ଡ ନିର୍ମାଣ ଲାଗି ଗୁରୁତ୍ବାେରାପ କରିଛନ୍ତି।

କୋର୍ଟ ସ୍ପଷ୍ଟ ଭାବେ ରାଜ୍ୟ ସରକାରଙ୍କୁ ଶୁଣାଇଛନ୍ତି େଯ ଶ୍ରୀମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦିଅନ୍ତୁ। କୌଣସି ବି ପରିସ୍ଥିତିରେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯିବା ଉଚିତ୍ ନୁହେଁ। େକାର୍ଟ ଇ-େପାର୍ଟାଲକୁ ପ୍ରଶଂସା କରିଛନ୍ତି ଓ ଶ୍ରୀମନ୍ଦିରର ଆବଶ୍ୟକ ବିକାଶ ପାଇଁ ଏଏସ୍ଆଇକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆଡଭୋକେଟ୍ େଜନେରାଲ ଅଶୋକ ପରିଜା ଆଜି େକାର୍ଟରେ ଉପସ୍ଥିତ ଥିଲେ। ଏହା ଉପରେ କି ପଦକ୍ଷେପ ନିଆଗଲା, ସେ ସଂକ୍ରାନ୍ତ ରିେପାର୍ଟ ୮ ସପ୍ତାହ ମଧ୍ୟରେ ଦାଖଲ କରିବାକୁ େକାର୍ଟ କହିଛନ୍ତି। ମାମଲାର ପରବର୍ତୀ ଶୁଣାଣି ଜାନୁଆରି ୮ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର