କଟକ : ଜମି ଜବରଦଖଲ ମାମଲାରେ ଓଡ଼ିଶା ଅଲିମ୍ପିକ ସଂଘର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ଚିଟ୍ ମିଳିଛି। ଆଶୀର୍ବାଦଙ୍କ ସହିତ ଏନ୍କନ୍ ଆସୋସିଏଟ୍ସ ବିରୋଧରେ ମଧ୍ୟ ସିବିଆଇକୁ କୌଣସି ପ୍ରମାଣ ମିଳିପାରିନାହିଁ। ଫଳରେ ମାମଲାକୁ ସୁପ୍ରିମକୋର୍ଟ ରଫାଦଫା କରି ଦେଇଛନ୍ତି। ଏଥିସହ ଅଲିମ୍ପିକ ଓ ଏନ୍କନ୍ ଆସୋସିଏଟ୍ସ କାର୍ଯ୍ୟାଳୟରୁ ଜବତ ହୋଇଥିବା ଫାଇଲ୍ଗୁଡ଼ିକୁ ସେମାନଙ୍କୁ ଫେରାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୭ ଏପ୍ରିଲ ୩ ତାରିଖରେ ସୁପ୍ରିମକୋର୍ଟ ଜମି ଜବରଦଖଲ ମାମଲାର ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ମାମଲାର ତଦନ୍ତ କରିବା ସହିତ ଗତବର୍ଷ ଜୁଲାଇ ୧୮ ତାରିଖରେ ଏହାର ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସିବିଆଇ ତାହାର ତଦନ୍ତ ବେଳେ ଆଶୀର୍ବାଦ ଓ ଏନକନ୍ ଆସୋସିଏଟ୍ସ ବାବଦରେ କୌଣସି ଅପରାଧିକ ପ୍ରମାଣ ପାଇ ପାରି ନଥିବା ରିପୋର୍ଟରେ ଉଲ୍ଲେଖ କରିଥିଲା। ଆକାଉଣ୍ଟାଣ୍ଟ ଜେନେରାଲ ଯେଉଁ ରିପୋର୍ଟ ଦେଇଥିଲେ ତାହା ସଂପୃକ୍ତ ଦୋକାନ ଘର ଓ କଲ୍ୟାଣ ମଣ୍ଡପର ଯଥାର୍ଥ ଭଡ଼ାକୁ ନେଇ ପ୍ରସ୍ତୁତ ହୋଇଥିଲା ଏବଂ ଯାହା ଆଦାୟ ହେଉଥିଲା ତାହାର ଅଲଗା କାରଣ ରହିଥିଲା। ଏହି ରିପୋର୍ଟକୁ ଆଧାରକରି ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବବ୍ଡେ, ଜଷ୍ଟିସ୍ ଏ.ଏସ୍. ବୋପାନ୍ନା, ଜଷ୍ଟିସ୍ ଭି.ରାମସୁବ୍ରମଣିୟମ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାଲମାର ବିବରଣୀ ଅନୁଯାୟୀ, ଓଡ଼ିଶା ଅଲମ୍ପିକ୍ ସ˚ଘ ବିରୋଧରେ ସରକାରୀ ଜମି ଜବରଦଖଲ ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଅଲିମ୍ପିକ୍ ସ˚ଘକୁ ଯେତିକି ଜମି ଲିଜ୍ ଭିତ୍ତିରେ ଦେଇଥିଲେ ତାହାଠାରୁ ଅଧିକ ଜମି ଜବରଦଖଲ କରି ସେଥିରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ଯାଇଥିବା ଅଭିଯୋଗ ହୋଇଥିଲା। ସେହି ଜମି ଉପରେ ୨୩ଟି ଦୋକାନ ଘର ଓ ବାରବାଟୀ ପ୍ୟାଲେସ୍ ଭଳି କଲ୍ୟାଣ ମଣ୍ତପ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ୦.୬୩୪ଏକର ଜମି ଜବରଦଖଲ କରି ବେଆଇନ୍ ନିର୍ମାଣ ହୋଇଥିବା ସ˚ପର୍କରେ ୧୯୯୦-୯୧ରେ ତତ୍କାଳୀନ ତହସିଲ୍ଦାର ରିପୋର୍ଟ ଦେବା ସହିତ ଉଚ୍ଛେଦ ପାଇଁ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ୨୦୧୪ରେ ଓଡ଼ିଶା ହାଇକୋର୍ଟ ଜବରଦଖଲ ଜମିକୁ ସରକାରଙ୍କ ଅଧିନକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ମାମଲା ଫଇସଲା ନହେବା ଯାଏ ବାରବାଟୀ ପ୍ୟାଲେସ୍ ଏବ˚ ଅଭିଯୋଗ ହେଉଥିବା ଜବରଦଖଲ ଜମିରେ ଥିବା ଦୋକାନ ଗୃହର ଭଡ଼ା ଆଦାୟ ଦାୟିତ୍ବ ଜିଲ୍ଲା ପ୍ରଶାସନକୁ ଦିଆଯାଇଥିଲା। ଅଲିମ୍ପିକ ସ˚ଘ ଏହା ବିରାଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ବିଭିନ୍ନ ପର୍ଯ୍ୟାୟରେ ସ˚ଘର ଆକାଉଣ୍ଟ ଯାଞ୍ଚ, ଆର୍ଥିକ କାରବାର ସମ୍ପର୍କରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ 'ବାରବାଟୀ ପ୍ୟାଲେସ୍' ମଣ୍ତପ ପାଇଁ ମେସର୍ସ ଏନ୍କନ୍ ଆସୋସିଏଟ୍ସ ସହିତ ଅଲିମ୍ପିକ୍ ଆସୋସିଏସନ୍ର ଚୁକ୍ତି ହୋଇଥିଲା, ଯେଉଁ ସ˚ସ୍ଥାରେ କି ଆଶୀର୍ବାଦ ବେହେରାଙ୍କ ପୁଅ ସତ୍ୟବ୍ରତ ବେହେରା ଓ ଜ୍ବାଇଁ ରହିଛନ୍ତି। କିନ୍ତୁ ଅଲିମ୍ପିକ୍ ସ˚ଘ ପକ୍ଷରୁ ଦର୍ଶାଯାଇଥିଲା ଯେ ୧୯୯୮ରେ ଟେଣ୍ତର ଜରିଆରେ ଏନକନ୍ ଆସୋସିଏଟସ୍କୁ ଚୟନ କରାଯାଇଥିଲା। ସେତେବେଳେ ଏହି ସ˚ସ୍ଥାରେ ଆଶୀର୍ବାଦ ବେହେରାଙ୍କ ପୁଅ ନଥିଲେ। ପକ୍ଷ ଓ ପ୍ରତିପକ୍ଷଙ୍କ ଯୁକ୍ତିକୁ ଦୃଷ୍ଟିରେ ରଖି ମାମଲାର ନିରପେକ୍ଷ ଶୁଣାଣି ପାଇଁ ଅଲିମ୍ପିକ ସ˚ଘ ସାଧାରଣ ସ˚ପାଦକ ପଦରୁ ଆଶୀର୍ବାଦ ବେହେରାଙ୍କୁ ଦୂରେଇ ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମକୋର୍ଟଙ୍କ ରାୟକୁ ସତ୍ୟ ଓ ଧର୍ମର ବିଜୟ ବୋଲି ଆଶୀର୍ବାଦ କହିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦୀର୍ଘଦିନର ଲମ୍ବା ଲେଢଇରେ ଭଗବାନ ସହାୟ ହୋଇଛନ୍ତି। ରାୟ ଆମ ସପକ୍ଷରେ ଯିବ ବୋଲି ବିଶ୍ବାସ ଥିଲା। ଅନ୍ୟପକ୍ଷରେ, ପ୍ୟାଲେସ୍ର ବୁକିଂ ଅଧିକାର ପୁଣିଥରେ ଅଲିମ୍ପିକ ସଂଘ ହାତକୁ ଫେରିଆସିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Ashirbad-Behera.jpg)