ଭୁବନେଶ୍ୱର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କରୋନାରେ ସଂକ୍ରମିତ। ପ୍ରଥମ ଥର ପାଇଁ କରୋନାରେ ସଂକ୍ରମିତ ହୋଇଛନ୍ତି ଜଟଣୀ ବିଧାୟକ। ପାଖାପାଖି ୨ ବର୍ଷ ହେବ କରୋନା ବ୍ୟାପୁଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ସେ । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, କିଛି ଦିନ ପୂର୍ବେ ସୁରେଶଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଥିଲେ। ଏହାସହ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ସୁରେଶ ରାଉତରାୟଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। କରୋନା ରିପୋର୍ଟ ଆସିବା ପରେ ସେ ନିଜକୁ ଘରେ ସଙ୍ଗରୋଧରେ ରଖିଛନ୍ତି। ଏହାସହ ସୁରେଶଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ଥିବା ସୂଚନା ମିଳିଛି। ତେବେ ଏହି କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି କହିଛନ୍ତି।