ଭୁବନେଶ୍ବର : ବରୁଣେଇ, ଦାରୁଠେଙ୍ଗ ଓ ଜଟଣି ବ୍ଲକ୍ ମୂଲ୍ୟବାନ୍ ଜମିକୁ ଶାଗମାଛ ଦରରେ ଇଡକୋ ସିଏମ୍ଡି ବିକ୍ରି କରିଦେଇଛନ୍ତି। ଏଥିରେ ପ୍ରାୟ ୧୦ ହଜାର କୋଟି ଟଙ୍କା ସେ ଆତ୍ମସାତ କରିଛନ୍ତି। ଶନିବାର ଶୂନ୍ୟକାଳରେ ଏପରି ଅଭିଯୋଗ କରି ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ସେ କହିଥିଲେ, ସ୍ଥାନୀୟ ଲୋକମାନେ ଏହି ଜମି ବିକ୍ରିକୁ ବିରୋଧ କରୁଛନ୍ତି। ସେ ନିଜେ ମଧ୍ୟ କେତେ ଆନ୍ଦୋଳନ କରିଛନ୍ତି। ତଥାପି ସମ୍ପୃକ୍ତ ସିଏମ୍ଡି ଜମି ବିକ୍ରି ବନ୍ଦ କରୁନାହାନ୍ତି। ବାହାର ରାଜ୍ୟର ଲୋକଙ୍କୁ କମ୍ ଦାମରେ ମୂଲ୍ୟବାନ ସମ୍ପତ୍ତିକୁ ଟେକିଦିଆଯାଉଛି। ଏଥିପାଇଁ ଗୋଟିଏ ଉଚ୍ଚସ୍ତରୀୟ କମିଟି କରି ତଦନ୍ତ କରିବାକୁ ଶ୍ରୀ ରାଉତରାୟ ଗୃହରେ ଦାବି କରିଥିଲେ।
ଜମି କାରବାର ନେଇ ଅସନ୍ତୋଷ ଝାଡ଼ିଲେ ସୁର
/sambad/media/post_attachments/wp-content/uploads/2020/11/sura-routray.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)