ଅଙ୍ଗଦାନ ପାଇଁ ମିଳିବ ‘ସୂରଜ ପୁରସ୍କାର’

ଅଙ୍ଗଦାନ କରି ମୃତ୍ୟୁଞ୍ଜୟ ପାଲଟିଥିବା ଗଞ୍ଜାମ ଜିଲ୍ଲାର ସୂରଜ ସେଠୀଙ୍କ ପିତାମାତାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଜମି ଓ ଘର ସହିତ ୫ଲକ୍ଷ ଟଙ୍କା ଦିଆଯିବ

ଭୁବନେଶ୍ବର : ମୃତ୍ୟୁ ପରେ ବି ଅଙ୍ଗଦାନ କରି ମୃତ୍ୟୁଞ୍ଜୟ ପାଲଟିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିଟକସ୍ଥ ଲାଲସିଂ ଅଞ୍ଚଳର ସୂରଜ ସେଠୀଙ୍କୁ ନେଇ ଓଡିଶା ଗର୍ବ କରୁଛି। ଏବେ ବି ସୂରଜଙ୍କ ମହତକାର୍ଯ୍ୟକୁ ନେଇ ଚର୍ଚ୍ଚା ଆେଲାଚନା ବିଭିନ୍ନ ମହଲରେ ଜାରି ରହିଛି। ଠିକ୍ ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି େଘାଷଣା କରିଛନ୍ତି େଯ ସୁରଟରେ ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୂରଜଙ୍କ ନାଁରେ ବାର୍ଷିକ ପୁରସ୍କାର ଦିଆଯିବ। ଆସନ୍ତା ଦିନରେ ରାଜ୍ୟରେ େଯଉଁମାନେ ସ୍ବଇଚ୍ଛାରେ ଅଙ୍ଗଦାନ କରିବେ, ସେଭଳି ବ୍ୟକ୍ତି ଓ ସଂସ୍ଥାକୁ ‘ସୂରଜ ପୁରସ୍କାର’ ପ୍ରଦାନ କରିବେ ଓଡ଼ିଶା ସରକାର। ସୂରଜଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବା ନେଇ ସରକାର ନୀତିଗତ ନିଷ୍ପତ୍ତି ନେବା ପରେ ଏ େନଇ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି।

ସୂରଜଙ୍କ ବାପାମାଆଙ୍କୁ ମୁଖ୍ୟମନ୍ତ୍ରୀ ଆଜି େଲାକସେବା ଭବନରେ େଭଟିଥିଲେ। ଏହି ଅବସରରେ ସୂରଜଙ୍କ ଏଭଳି ମହତ କାମ ପାଇଁ ତାଙ୍କ ବାପାମାଆଙ୍କୁ ନବୀନ ଧନ୍ୟବାଦ ଦେଇଥିଲେ। କହିଥିଲେ ଯେ ସୂରଜଙ୍କ କାର୍ଯ୍ୟ ସମାଜ ପାଇଁ ଏକ ଆଦର୍ଶ େହାଇ ରହିବ ଏବଂ ଅନ୍ୟମାନଙ୍କ ଜୀବନ ରକ୍ଷା ଲାଗି ମଧ୍ୟ ସହାୟକ େହବ। ସୂରଜଙ୍କ ପରିବାର ଅତ୍ୟନ୍ତ ଗରିବ େହାଇଥିବା ପରିପ୍ରେକ୍ଷୀରେ ତାଙ୍କୁ ସରକାରୀ ସହାୟତା ଦେବାକୁ ସ୍ଥିର େହାଇଥିଲା। ସୂରଜଙ୍କ ବାପା ବାବୁଲି ସେଠୀ ଓ ମାଆ ଗୀତାଞ୍ଜଳି ସେଠୀଙ୍କୁ ଜମି ଓ ବିଜୁ ପକ୍କା ଘର ଯୋଗାଇ ଦିଆଯିବ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ ୫ ଲକ୍ଷ ଟଙ୍କା ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୯ରେ ସୁରଟ ରାସ୍ତାରେ ସଡକ ଦୁର୍ଘଟଣାର ସାମ୍ନା କରିଥିଲେ ସୂରଜ ସେଠୀ। ଦୀର୍ଘ ୪ ଦିନ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରିବା ପରେ ନଭେମ୍ବର ୨ ତାରିଖରେ ତାଙ୍କର ମସ୍ତିଷ୍କ ମୃତ୍ୟୁ ଘଟିଥିବା େଘାଷଣା କରିଥିଲେ। ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ତାଙ୍କ ପିତାମାତାଙ୍କୁ େଯାଗାଯୋଗ କରାଯାଇଥିଲା। ତାଙ୍କ ଅନୁମତି କ୍ରମେ ହେଲେ ସୂରଜଙ୍କ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୃତପିଣ୍ଡ, ଲିଭର, କିଡନୀ ଓ ଚକ୍ଷୁ କାଢି ନିଆଯାଇଥିଲା ଓ ଅନ୍ୟମାନଙ୍କ ଶରୀରରେ ପ୍ରତିରୋପଣ କରାଯାଇ ୬ଜଣଙ୍କୁ ନୂଆ ଜୀବନ ଦିଆଯାଇଥିଲା। ହୃତପିଣ୍ଡକୁ ତୁରନ୍ତ ବିମାନ େଯାଗେ ମ୍ବୁମାଇସ୍ଥିତ ଫର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ େହଉଥିବା ଜଣେ ମହିଳାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ସେହିଭଳି କିଡନୀ ଓ ଲିଭରକୁ ଅହମ୍ମଦାବାଦରେ ୩ଜଣଙ୍କ ଶରୀରରେ ଓ ଦୁଇ ଆଖିକୁ ସୁରଟର ଦୁଇ ଜଣ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ େହାଇଥିଲା। ସୂରଜଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ େଭଟିବା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର