ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-ସୁରଟ ଫ୍ଲାଇଟ, ଟ୍ଵିଟ କରି ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର ( ତପନ ମହାରଣା) : ଭୁବନେଶ୍ୱରରୁ ଗୁଜୁରାଟର ସୁରଟକୁ ସପ୍ତାହକୁ ୨ଥର ଫ୍ଲାଇଟ ଚଳାଚଳ କରିବ । ଏ ସଂପର୍କରେ ଆଜି ଟ୍ଵିଟ କରି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସୁରଟରେ ଅନେକ ଓଡ଼ିଆ ରହୁଥିବାରୁ ଓଡ଼ିଶାରୁ ସିଧାସଳଖ ସୁରଟକୁ ଫ୍ଲାଇଟ ଚଳାଚଳ ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲା ।

 

ଏହି ଦାବି ନେଇ ସାଂସଦ ଷଡଙ୍ଗୀ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରିଦୀପ ସିଂ ପୁରୀଙ୍କୁ ଭେଟିଥିଲେ । ତାଙ୍କ ସହିତ ସୁରଟର ସାଂସଦ ଦର୍ଶନା ଜାର୍ଦୋସ ମଧ୍ୟ ମନ୍ତ୍ରୀ ଶ୍ରୀ ପୁରୀଙ୍କୁ ଭେଟିଥିଲେ । ଏହି ଦୁଇ ସାଂସଦଙ୍କ ଦାବିକୁ କେନ୍ଦ୍ରମନ୍ତ୍ରୀ ମାନିବା ସହ ଖୁବଶୀଘ୍ର ସପ୍ତାହକୁ ଦୁଇଥର ଫ୍ଲାଇଟ ଚଳାଚଳ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଗୁଜୁରାଟର ଶିଳ୍ପ ଓ ବାଣିଜ୍ୟ ନଗରୀ ସୁରଟରେ ପ୍ରାୟ ୭ ଲକ୍ଷରୁ ଅଧିକ ଓଡିଆ ବସବାସ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ୱର-ସୁରଟ ଫ୍ଲାଇଟ ସଂଯୋଗ ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ ।

ସମ୍ବନ୍ଧିତ ଖବର