ସୁରଟରେ ଓଡ଼ିଶା କଲଚରାଲ ସେଣ୍ଟର ପ୍ରତିଷ୍ଠା ଲାଗି ୧୦ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୁଜୁରାଟର ସୁରଟରେ ଅନୁଷ୍ଠିତ ଓଡ଼ିଶାମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କେତେକ ଲୋଭନୀୟ ଘୋଷଣା କରିଛନ୍ତି । ସେଠାରେ ଓଡ଼ିଶା କଲଚରାଲ ସେଣ୍ଟର ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଛି । ଏଥିଲାଗି ୧୦ କୋଟି ଟଙ୍କା ମଂଜୁର କରାଯାଇଛି । ସେହିପରି ସୁରଟରେ ରହୁଥିବା ଓଡ଼ିଆ ପିଲାଙ୍କ ପାଇଁ +୨ କଲେଜ ପ୍ରତିଷ୍ଠା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଓଡିଆ ପିଲାଙ୍କୁ ଓଡ଼ିଆ ବହି ଯୋଗାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡା ବ୍ରହ୍ମପୁରରୁ ସୁରଟକୁ ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ସୁରଟରେ ରହୁଥିବା ଓଡ଼ିଆ ଲୋକମାନେ ସେଠାରେ ଥାଇ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁଯୋଗ ନେଇପାରିବେ ବୋଲି ସେ କହିଛନ୍ତି । ସୁରଟରେ ପ୍ରାୟ ୭ ଲକ୍ଷରୁ ଅଧିକ ଓଡିଆ ରହୁଛନ୍ତି, ସେମାନର ଓଡ଼ିଶାର ବ୍ରାଣ୍ଡ ଆମ୍ବାସାଡର ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର