କାଳବୈଶାଖୀ ଯୋଗୁଁ ଅଧାବାଟରେ ଅଟକି ରହିଛି ସୁରଟ ଫେରନ୍ତାଙ୍କ ବସ

ବିନିକା: କାଳବୈଶାଖୀ ଯୋଗୁଁ ରାସ୍ତାରେ ଗଛ ପଡିଯିବାରୁ ଅଟକି ରହିଛି ସୁରଟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ | ସୁବର୍ଣ୍ଣପୁର ଜିଲ୍ଲା ବିନିକା ବରପାଲି ଏମଡିଆର ୩୯ ମୁଖ୍ୟରାସ୍ତା ଏସ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ଗଛପଡ଼ି ଯାଇଥିବାରୁ ଦୀର୍ଘଘଣ୍ଟା ଧରି ରାସ୍ତା ଅବରୋଧ ହୋଇଯାଇଥିଲା |

ଯାହା ଫଳରେ ଗୁଜୁରାଟର ସୁରଟ ରୁ ଗଞ୍ଜାମ ଅଭିମୁଖେ ଯାଉଥିବା ତିନିଟି ବସ ଅଟକି ରହିଥିଲା | ତେବେ ସୁରତରୁ ଫେରୁଥିବା ବସ ଅଟକି ରହିଥିବାରୁ ପ୍ରବାସୀ ଓଡ଼ିଆ ମାନେ ବସରୁ ତଳକୁ ଓହ୍ଲାଇବା ସହ ବୁଲାବୁଲି କରୁଛନ୍ତି Iଫଳରେ ଅଂଚଳରେ ଆତଙ୍କ ଖେଳିଯାଇଛି |

ମୁଖ୍ୟରାସ୍ତାରେ ଶହଶହ ଗାଡି ଅଟକି ରହିବା ସହ ଯାନବାହାନ ଚଳାଚଳ ବନ୍ଦ ରହିଛି | ଯେଉଁଥିପାଇ ଲୋକେ ନାହିଁନଥିବା ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଅନ୍ୟପଟେ ଗତକାଲି ଠାରୁ ରାସ୍ତାରେ ଗଛ ପଡ଼ିଥିଲେ ବି ପ୍ରଶାସନ ଗଛକୁ ରାସ୍ତାରୁ ହଟାଇ ପାରିନାହିଁ I ଗଛପଡ଼ି ବିଦ୍ୟୁତ ତାର ଛିଣ୍ଡିଯିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି | ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଗଛ ହଟାଇବାକୁ ଉଦ୍ୟମ ଜାରି ରହିଛି|

ସମ୍ବନ୍ଧିତ ଖବର