ଭଦ୍ରକରେ ଗାଁ ଗାଁରେ ଏବେ ପ୍ରବାସୀ ଓଡ଼ିଆଙ୍କ ଭିଡ

ଭଦ୍ରକ: ଭଦ୍ରକରେ ଏବେ ଗାଁ ଗାଁରେ ପ୍ରବାସୀ ଓଡ଼ିଆଙ୍କ ଭିଡ ବଢିବାରେ ଲାଗିଛି। ସୁରତ, ପଶ୍ଚିମବଙ୍ଗ, ଗୁଜୁରାଟରୁ ଫେରୁଥିବା ଲୋକମାନେ ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଗହଳି ଆରମ୍ଭ କଲେଣି। ଏମାନଙ୍କୁ ସମ୍ଭାଳିବା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ଭିତରେ ୪ ହଜାର ୫୦୦ ରୁ ଉର୍ଦ୍ଧ୍ବ ସ୍ବାବ ଜିଲ୍ଲାରୁ ପରୀକ୍ଷା ହେବାକୁ ଯାଇଥିବା ବେଳେ ୩ ହଜାର ୫୦୦ ସ୍ବାବ ପରୀକ୍ଷାରୁ ରିପୋର୍ଟ ଆସି ସାରିଛି।

ଏମାନଙ୍କ ମଧ୍ୟରୁ ଭଦ୍ରକରେ ଏବେ ପଜେଟିଭ୍ ସଂଖ୍ୟା ୨୧ ରେ ପହଞ୍ଚିଛି। ଯେଉଁଥି ପାଇଁ ଭଦ୍ରକକୁ ରେଡ୍ ଜୋନ୍ କରାଯାଇଛି। କେବଳ ରେଡ୍ ଜୋନ୍ ନୁହେଁ। ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଗାଁଠୁ ସହର କର୍ଫ୍ୟୁ ଆଇନ୍ ବଳବତ୍ତର ରହିଛି। ଭଦ୍ରକରେ ଏହା ଭିତରେ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆହୁରି ୧୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। କଲିକତା ଫେରନ୍ତା ଭଦ୍ରକରେ ଚିନ୍ତା ବଢାଇଥିଲା। ଏବେ ସୁରତ ଫେରନ୍ତା ପୁଣି ଭଦ୍ରକ ପାଇଁ ନୂଆ ଚିନ୍ତା ବଢାଇଛି।

ସୁରତ ଫେରନ୍ତାଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ଏମାନଙ୍କୁ ଏବେ ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ପଞ୍ଚାୟତ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଛି। କ୍ବାରେଣ୍ଟାଇନ୍ କେନ୍ଦ୍ରର ଅନେକ ଅବ୍ୟବସ୍ଥା ଥିବାରୁ ଏଇସବୁ ଲୋକମାନେଙ୍କୁ ସମ୍ଭାଳି ରଖିବା ଏବେ ସରପଞ୍ଚମାନଙ୍କୁ କଷ୍ଟକର ହେଉଛି। ଭଦ୍ରକରେ ୭୫ ହଜାରୁ ଅଧିକ ପ୍ରବାସୀ ଭଦ୍ରକ ଜିଲ୍ଲାକୁ ଫେରିବେ ବୋଲି ପଂଜୀକରଣ କରିଥିବା ବେଳେ ମାତ୍ର ୧୦ ଜହାର ବେଡ୍ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ପଂଜିକରଣ କରିଥିବା ସବୁ ଲୋକ ଯଦି ଭଦ୍ରକ ଫେରନ୍ତି। ଏମାନଙ୍କୁ କିଭଳି ଭାବେ ଜିଲ୍ଲା ପ୍ରଶାସନ କ୍ବାରେଣ୍ଟାଇନରେ ସଂଗରୋଧରେ ରଖିବେ। ତାହାକୁ ନେଇ ପ୍ରଶାସନ ଚିନ୍ତା ପ୍ରକଟ କରିଛି। ଭଦ୍ରକ ଜିଲ୍ଲାକୁ ଆଉ କିଛି ଦିନ ପରେ ମହାରାଷ୍ଟ୍ର, ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ କାମ ଧନ୍ଦା କରୁଥିବା ପ୍ରବାସୀ ନିଜ ଗାଁକୁ ଫେରିବେ। ଏମାନେ ଫେରିବା ପରେ ଭଦ୍ରକର କରୋନା ସ୍ଥିତି କିଭଳି ରହିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସମ୍ବନ୍ଧିତ ଖବର