ସୁରେନ୍ଦ୍ର ମହାନ୍ତି ଜନ୍ମଶତବାର୍ଷିକୀ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ୨୧ରେ

ଭୁବନେଶ୍ବର : ଓଡ଼ିଆ ସାହିତ୍ୟର ଅପ୍ରତିମ ଗଦ୍ୟଶିଳ୍ପୀ ତଥା କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆସନ୍ତା ୨୧ତାରିଖରେ ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ସାରସ୍ବତ ସମାରୋହ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ।

‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ସରସ୍ବତୀ ସମ୍ମାନ ବିଜେତା କବି ରମାକାନ୍ତ ରଥ, ଜ୍ଞାନପୀଠ ବିଜେତା କବି ସୀତାକାନ୍ତ ମହାପାତ୍ର ଓ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତା ଔପନ୍ୟାସିକ ବିଭୂତି ପଟ୍ଟନାୟକ ଯୋଗଦେବେ। ଏହି ଅବସରରେ ସେମା‌ନେ ସୁରେନ୍ଦ୍ର ମହାନ୍ତିଙ୍କର ସ୍ମୃତିଚାରଣ କରିବା ସହ ଏକତ୍ର ପ୍ରକାଶିତ ତାଙ୍କର ତିନିଟି କାଳଜୟୀ ଉପନ୍ୟାସ- ନୀଳଶୈଳ, ନୀଳାଦ୍ରି ବିଜୟ ଓ କୃଷ୍ଣ‌ାବେଣୀରେ ସଂଧ୍ୟାକୁ ‘ସୁରେନ୍ଦ୍ର ରଚନା ସମଗ୍ର’ର ପ୍ରଥମ ଅର୍ଘ୍ୟ ଭାବରେ ଉନ୍ମୋଚନ କରିବେ। ଏହି ସମାରୋହରେ ଯୋଗଦେଇ ଶତାବ୍ଦୀ-ପୁରୁଷ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରତି ଶ୍ରଦ୍ଧ‌ାଞ୍ଜଳି ନିବେଦନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ ଜଣାଇଛନ୍ତି।

ସମ୍ବନ୍ଧିତ ଖବର