ସମ୍ବଲପୁର: ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବାକୁ ଦାବି କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଧାରା ୩୭୭ରେ ଲୋକସଭାର ମହାସଚିବଙ୍କୁ ନୋଟିସ୍ କରି ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ଯେ ସମ୍ବଲପୁରୀ ଗୀତ ରଂଗବତୀର ଗାୟିକା ଡ. କ୍ରିଷ୍ଣା ପଟେଲ୍ଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ଏହା ପୂର୍ବରୁ ରଂଗବତୀର ଗାୟକ ଡ. ଜିତେନ୍ଦ୍ର ହରିପାଲ ଏବଂ କବି ମିତ୍ରଭାନୁ ଗୌନ୍ତିଆକୁ ଏହି ପୁରସ୍କାର ମିଳି ସାରିଛି। ସମ୍ବଲପୁରୀ ଭାଷା ବିଶେଷଜ୍ଞ ତଥା କବି ହଳଧର ନାଗଙ୍କୁ ବି ଏହି ପୁରସ୍କାର ମିଳି ସାରିଛି।
ଏହାଦ୍ବାରା ସରକାର ସମ୍ବଲପୁରୀ ଭାଷାକୁ ଏକପ୍ରକାର ସ୍ବୀକୃତି ଦେଇଛନ୍ତି। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ/କୋଶଲି ସିନେମା ‘ଶଲାବୁଢ଼ା’ ବିଭିନ୍ନ ବର୍ଗରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛି। ସମ୍ବଲପୁରୀ ଭାଷାରେ ସ୍ବତନ୍ତ୍ର ବ୍ୟାକରଣ, ରାମାୟଣ, ମହାଭାରତ, ଶ୍ରୀମଦ୍ ଭଗବତ ଗୀତା ଭଳି ମହାଗ୍ରନ୍ଥ ରଚିତ ହୋଇଛି। ତେଣୁ ବର୍ତ୍ତମାନ ଏହି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବାର ସମୟ ଆସିଯାଇଛି। ତେଣୁ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ଲୋକସଭା ମହାସଚିବଙ୍କ ଜରିଆରେ ଶ୍ରୀ ପୂଜାରୀ ମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। କ୍ରିଷ୍ଣା ପଟେଲ୍ ଓ ଅନ୍ୟ ଓଡ଼ିଆମାନଙ୍କୁ ପଦ୍ମଶ୍ରୀ ପ୍ରଦାନ କରା ଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ସାହାଙ୍କୁ କୃତଜ୍ଞତା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/20-4.jpg)