ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ୨୨ତମ ବାଚସ୍ପତି ଭାବେ ଆଜି ସୂର୍ଯ୍ୟ ନାରାୟଣ ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ବିଧାନସଭାର ଏକ ସ୍ୱତନ୍ତ୍ର ବୈଠକରେ ବାଚନିକ ଭୋଟରେ ଏ ସଂକ୍ରାନ୍ତରେ ଆଗତ ଏକ ପ୍ରସ୍ତାବ ସର୍ବସମ୍ମତ ଭାବେ ପାରିତ େହାଇଥିଲା। ପରେ କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ଶ୍ରୀ ପାତ୍ରଙ୍କ ନିଯୁକ୍ତି ସଂପର୍କରେ ଗୃହରେ ବିଧିବଦ୍ଧ ଘୋଷଣା କରିଥିଲେ।

Advertisment

ଅନ୍ୟପଟରେ ଏକ ଅଭାବନୀୟ ଘଟଣା କ୍ରମରେ ଆଜି ବାଚସ୍ପତି ଚୟନ ସମୟରେ ମୁଖ୍ୟ ବିେରାଧୀ ଦଳ ବିଜେପି ସଭ୍ୟମାନେ ଗୃହରେ ଅନୁପସ୍ଥିତ ଥିଲେ। ପ୍ରଥମ ଦିନରେ ଦଳର ଏଭଳି ପ୍ରଦର୍ଶନ ସମସ୍ତଙ୍କୁ ଆଚମ୍ବିତ କରିଥିଲା। କୌତୂହଳର କଥା େହଉଛି, ସମସ୍ତ ଔପଚାରିକତା ସମ୍ପୂର୍ଣ୍ଣ ହୋଇ ଗୃହ ମୁଲତବୀ ହେବା ପରେ ବାହାରେ ଆବିର୍ଭାବ ହୋଇଥିଲେ ବିଜେପିର ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ। ବିଜେପି ବିଧାୟକମାନଙ୍କ ଅନୁପସ୍ଥିତି ନେଇ ପଚରାଯିବାରୁ ଶ୍ରୀ ରାଓ ଗଣମାଧ୍ୟମକୁ କହିଥିଲେ, ଅଧିକାଂଶ ବିଜେପି ବିଧାୟକ ଏବେ ଦିଲ୍ଲୀରୁ ଫେରିନାହାନ୍ତି। ଆଉ ସେ ନିଜେ ବିଳମ୍ବରେ ପହଞ୍ଚିବା ବେଳକୁ ବିଧାନସଭା ମୁଲତବୀ ହୋଇସାରିଛି। ବାଚସ୍ପତି ନିର୍ବାଚନରେ ଭାଗ ନ ନେବାକୁ ଦଳ ତରଫରୁ କୌଣସି ବିଧାୟକଙ୍କୁ ମନା କରାଯାଇନଥିବା ଶ୍ରୀ ରାଓ କହିଥିଲେ।

ଏପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ବିଜେପି ବିଧାୟକମାନେ ଆଜିର ଗୃହ କାର୍ଯ୍ୟରେ ଯୋଗ ନ ଦେବା ଦୁର୍ଭାଗ୍ୟଜନକ। ଷୋଡ଼ଶ ବିଧାନସଭାର ବାଚସ୍ପତି ଚୟନ ପାଇଁ ବିଜେପି ସମେତ ସମସ୍ତ ବିଧାୟକମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ଆନୁଷ୍ଠାନିକ ଭାବେ ନୋଟିସ ଦିଆଯାଇଥିଲା।

କଂଗ୍ରେସ େନତା ନରସିଂହ ମିଶ୍ର ମଧ୍ୟ ଗୃହ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ବିଜେପି ଅନୁପସ୍ଥିତି େନଇ ପ୍ରଶ୍ନ ଉଠାଇଥିଲେ। ବିଜେପିର ଗୃହ ପ୍ରତି ନିଷ୍ଠାର ଏହା ସଙ୍କେତ େବାଲି କହିଥିେଲ। ଆଗକୁ ବିଧାନସଭାରେ ନିଷ୍ଠାର ସହିତ କଂଗ୍ରେସ ହିଁ ବିେରାଧୀ ଦଳର ଭୂମିକା ନିଭାଇବ େବାଲି ଶ୍ରୀ ମିଶ୍ର ଦୃଢୋକ୍ତି ପ୍ରକାଶ କରିଥିଲେ।

ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ଆଜି ପୂର୍ବାହ୍ନ ୧୧ଟାରେ ବାଚସ୍ପତି ନିର୍ବାଚନ ଲାଗି ବିଧାନସଭାର ଏକ ବିଶେଷ ବୈଠକ ଡକାଯାଇଥିଲା। ବୈଠକରେ କାମଚଳା ବାଚସ୍ପତି ଶ୍ରୀ ଶତପଥୀ ଅଧ୍ୟକ୍ଷତା କରିଥିଲେ। ଗୃହ ଆରମ୍ଭ ହେବା ମାତ୍ରେ କାମଚଳା ବାଚସ୍ପତିଙ୍କ ନିଦେର୍ଶ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାତ୍ରଙ୍କୁ ବାଚସ୍ପତି କରିବା ଲାଗି ବିଧିବଦ୍ଧ ପ୍ରସ୍ତାବ ଗୃହ ସାମ୍ନାରେ ରଖିଥିଲେ। ଶ୍ରୀ ପାତ୍ରଙ୍କ ସପକ୍ଷରେ ମତ ରଖିଥିଲେ ମୁଖ୍ୟମନ୍ତ୍ରୀ। ତତ୍‌କ୍ଷଣାତ୍‌ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ସମର୍ଥନ କରିବା ପରେ କାମଚଳା ବାଚସ୍ପତି ଏହି ମୋସନ ଉପରେ ଗୃହର ମତ ଲୋଡ଼ିଥିଲେ। ଧ୍ୱନି ମତରେ ଏହା ପାରିତ ହୋଇଥିଲା। ଏହା ପରେ ବିଧାନସଭାର ବାଚସ୍ପତି ଭାବେ ଶ୍ରୀ ପାତ୍ରଙ୍କ ନିଯୁକ୍ତି ସଂପର୍କରେ କାମଚଳା ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ, କଂଗ୍ରେସ ନେତା ନରସିଂହ ମିଶ୍ର, ବିଧାୟକ ସୁର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଶ୍ରୀ ପାତ୍ରଙ୍କୁ ବାଚସ୍ପତି ଚୌକି ପର୍ଯ୍ୟନ୍ତ ପାଛୋଟି ନେଇ ଆସନରେ ବସାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସ େନତା ଶ୍ରୀ ମିଶ୍ର ଓ ସିପିଏମ୍ ବିଧାୟକ ଶ୍ରୀ ମୁଣ୍ଡା ନିଜ ନିଜର ବକ୍ତବ୍ୟରେ ବାଚସ୍ପତି ଶ୍ରୀ ପାତ୍ରଙ୍କ ପ୍ରଶଂସା କରିବା ସହିତ ସର୍ବସମ୍ମତ ଭାବେ ବାଚସ୍ପତି ଚୟନ ବିଧାନସଭାର ଗରିମା ବୃଦ୍ଧି କରିଛି ବୋଲି କହିଥିଲେ।

ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ, ବାଚସ୍ପତି କୌଣସି ଦଳରୁ ନିର୍ବାଚିତ େହାଇ ଆସିଛନ୍ତି, ଏକଥା ଭୁଲିଯାଇ, ଦଳମତ ଊର୍ଧ୍ବକୁ ଯାଇ ଏଭଳି ଭାବେ ଗୃହ ଚଳାନ୍ତୁ, େଯମିତି ଗଣତନ୍ତ୍ରର ମନ୍ଦିର ଅଧିକ ସୁଦୃଢ଼ େହବ ଓ ସବୁ ସ୍ତର ପର୍ଯ୍ୟନ୍ତ ଏହାର ଲାଭ ମିଳିବ। ଗୃହରେ ବିେରାଧୀ ଦଳ ସଂଖ୍ୟା ଦୃଷ୍ଟିରୁ କମ ରହୁଥିବା କାରଣରୁ ସେମାନଙ୍କୁ ଟିକିଏ ଅଧିକ ଗୁରୁତ୍ବ ଦେଲେ ଉଚ୍ଚ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି େହବ େବାଲି ସୂଚାଇଥିଲେ। ଏହି ଅବସରରେ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦ ଓ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟପକ୍ଷରେ ଦାୟିତ୍ବ ନେବା ପରେ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, ବିଧାନସଭାର ପଦ, ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ଦିଗରେ ସେ କାର୍ଯ୍ୟ କରିବେ। ବିେରାଧୀ ଓ ସରକାରୀ ଦଳ ସମ୍ବିଧାନର ଗଣ୍ଡି ଭିତରେ ରହି ରାଜ୍ୟ ସ୍ବାର୍ଥ ସର୍ବୋପରି େଲାକଙ୍କ ସ୍ବାର୍ଥ ପାଇଁ ମିଳିମିଶି କାମ କରିବା ଲାଗି କହିଥିଲେ। ଆଇନକୁ ତା’ ବାଟରେ ଯିବା ଲାଗି ସେ ସମସ୍ତଙ୍କ ସହଯୋଗ େଲାଡ଼ିଥିଲେ। ମାତ୍ର ୧୮ ମିନିଟ୍‌ ପାଇଁ ଆଜିର ବୈଠକ ବସିଥିଲା।

ଉଲ୍ଲେଖଯୋଗ୍ୟ, ବାଚସ୍ପତି ଭାବେ ସୂର୍ଯ୍ୟଙ୍କ ନାଁକୁ େନଇ ଗତକାଲିଠାରୁ ସମସ୍ତ ଔପଚାରିକତା େଶଷ େହାଇଥିଲା। ବିେଜପି କିମ୍ବା କଂଗ୍ରେସ କେହି ଏ ପଦବି ପାଇଁ କୌଣସି ନାମ ଦେଇନଥିଲେ।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପାତ୍ର ୧୯୯୦ ମସିହାରୁ ବିଧାନସଭାକୁ ନିର୍ବାଚିତ େହାଇ ଆସୁଛନ୍ତି। ଚଳିତ ଥର ସପ୍ତମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। େମାହନାରୁ ୪ ଥର ଓ ଦିଗପହଣ୍ଡିରୁ ଲଗାତାର ତିନି ଥର ନିର୍ବାଚିତ େହଲେଣି। ବିଜେଡି ସରକାରରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହି ଆସିଛନ୍ତି। ଶକ୍ତି, ରାଜସ୍ବଠାରୁ ଆରମ୍ଭ କରି ଖାଦ୍ୟ େଯାଗାଣ ଓ ଖାଉଟି କଲ୍ୟାଣ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନିର୍ବାହ କରିଛନ୍ତି।